Below header

ଦାନ୍ତ ଚିକିତ୍ସା କରି ଘରକୁ ଫେରୁଥିବା ବେଳେ ଦମ୍ପତିକୁ ଧକ୍କା ଦେଲେ ଟ୍ରକ: ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଗଲେ ସ୍ବାମୀ

ସ୍କୁଟିକୁ ଧକ୍କା ଦେଲା ଆଇରନ ଟ୍ରକ। ସ୍କୁଟିରେ ଥିବା ମହିଳାଙ୍କୁ ଉଦ୍ଧାର କରି ନିକଟରେ ଥିବା ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ୍ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।

ପାରାଦୀପ(କେନ୍ୟୁଜ୍):  ପାରାଦୀପ ଅଠରବାଙ୍କୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଆଇରନ ଟ୍ରକ। ସ୍କୁଟିରେ ଥିବା ମହିଳାଙ୍କୁ ଉଦ୍ଧାର କରି ନିକଟରେ ଥିବା ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ୍ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।ମୃତା ମହିଳାଙ୍କ ନାମ ଗୋଲାପ ପୂର୍ତ୍ତି । ପାରାଦୀପ ବନ୍ଦର ସିଏମଇ ବିଭାଗରେ କାର୍ଯ୍ୟ କରୁଥିବା ଜୟରାମ ପୂର୍ତ୍ତିଙ୍କ ପତ୍ନୀ ବୋଲି ସୂଚନା ମିଳିଛି । ତେବେ ଅଠରବାଙ୍କୀ  ଟ୍ରାଫିକ ଛକରେ ଜୟରାମ ଓ ତାଙ୍କ ପତ୍ନୀ ଏକ ସ୍କୁଟିରେ ପାରାଦୀପ ଆଡକୁ ଗାଡି ବୁଲାଇବା ସମୟରେ ସମାନ ପଟୁ ଆସୁଥିବା OD 29 E3006 ଆଇରନ ଟ୍ରକଟି OD 21j 0746 ସ୍କୁଟିକୁ ଧକ୍କା ଦେଇଥିଲା ।  ତେବେ ଜୟରାମ ତଳେ ପଡିଯାଇଥିଲେ ମଧ୍ୟ ଗୋଲାପଙ୍କ ଉପରେ ଆଇରନ ଟ୍ରକଟି ଚଢି ଯାଇଥିଲା।

ଘଟଣା ସ୍ଥଳରେ ପ୍ରଚୁର ରକ୍ତସ୍ରାବ କାରଣରୁ ଗୋଲାପଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି l ଆଇରନ ଗାଡିକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି । ଖବର ପାଇବା ପରେ ଜୟରାମଙ୍କ ସାଥି କର୍ମଚାରୀ ମାନେ ପହଞ୍ଚିବା ପରେ ମେଡିକାଲ ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।ଉଭୟ ପତିପତ୍ନୀ ଦାନ୍ତ ଚିକିତ୍ସା କରିବାକୁ ଯାଇ ଫେରୁଥିବା ସମୟରେ ଏହିପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.