ଦୁର୍ଘଟଣାରେ ଚାଲିଗଲା କଲେଜ ପଢୁଆ ପୁଅ, ଗଣେଶ ପୂଜା ବନ୍ଦ କରି ଦୁଃଖିନୀ ମା‘କୁ ସବୁ ଚାନ୍ଦା ଦେଇଦେଲେ ସାଙ୍ଗମାନେ

ଗତ ୧୭ ତାରିଖ ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲି କଲେଜ ରୋଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ କଲେଜ ଛାତ୍ର ସତ୍ୟବ୍ରତ ନାୟକ ।

ଚାନ୍ଦବାଲି(କେନ୍ୟୁଜ୍):  ଛାଡି ଚାଲିଗଲା କଲେଜ୍‌ ପଢ଼ୁଆ ପୁଅ । କଲେଜ୍‌ ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲା । କିନ୍ତୁ ଏ ମାଆର ଦୁଃଖ ବୁଝିବାକୁ ପହଁଚିଗଲେ କଲେଜର ବାକି ଛାତ୍ରମାନେ । ତାଙ୍କ ସହିତ ମଧ୍ୟ ଆସିଲେ କଲେଜ ଅଧ୍ୟାପକ ଓ ଅଧ୍ୟାପିକା । ଏ ବର୍ଷ କଲେନି ଗଣେଷ ପୂଜା ଆଉ କଲେଜରେ ପୂଜା ବନ୍ଦ କରି ସେହି ଟଙ୍କାକୁ ଆଣି ଧରାଇଲେ ପୁଅଟିକୁ ହରାଇଥିବା ସେହି ମାଆକୁ ।

ଗତ ୧୭ ତାରିଖ ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲି କଲେଜ ରୋଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ କଲେଜ ଛାତ୍ର ସତ୍ୟବ୍ରତ ନାୟକ । ଚାନ୍ଦବାଲି ବ୍ଲଜ କାଣ୍ଡଗରଦୀ ଗାଁର ସତ୍ୟବ୍ରତଙ୍କ ଏପରି ଅକାଳ ବିୟୋଗରେ ପରିବାରଙ୍କ ସମେତ ତାଙ୍କ ସାଙ୍ଗସାଥି ଓ କଲେଜ ଅଧ୍ୟାପକ ଅଧ୍ୟାପିକା ଥିଲେ ଭାରି ଦୁଃଖରେ । ସେଥିପାଇଁ ତ ନିଜ ସାଙ୍ଗର ସ୍ମୃତିରେ ଏଥର ଗଣେଷ ପୂଜା ବନ୍ଦ କରି ସେହି ଟଙ୍କାକୁ ଦେଇଦେଲେ ସତ୍ୟବ୍ରତଙ୍କ ମାଆକୁ ।

ପୁଅକୁ ହରାଇ ଏକଦମ୍‌ ଭାଙ୍ଗି ପଡିଥିବା ମାଆ କଲେଜରୁ ନିଜ ପୁଅର ସାଙ୍ଗ ମାନଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦି ଚାଲିଲେ । କିନ୍ତୁ ତାଙ୍କୁ ସାହଯ୍ୟ ସ ଆଶ୍ୱାସନା ଦେଇ କଲେଜରେ ଅଧ୍ୟାପକ ଓ ଅଧ୍ୟାପିକା ସାନ୍ତ୍ୱନା ଦେଲେ ଯେ ଆମେ ଅଛୁ । ଆପଣଙ୍କର କୌଣସି ବି ଯଦି ଅସୁବିଧା ହୁଏ ଆମେ ଅଛୁ ଆପଣଙ୍କ ସାଥିରେ । ମୃତ ସତ୍ୟବ୍ରତର ମାଆକୁ ଜାବୁଡି ଧରି ଏମିତି ଭାଙ୍ଗିନପଡିବାକୁ କହିଥିଲେ କଲେଜର ଅଧ୍ୟାପିକା । ଆଉ ତାଙ୍କୁ ସାନ୍ତ୍ୱନା ଦେଇ ହାତରେ ବଢ଼ାଇଦେଲେ ୨୫ ହଜାର ଟଙ୍କା ।

କଲେଜ ଛାତ୍ର ଓ ଅଧାପକ,ଅଧ୍ୟାପିକାମାନେ ଭେଟି 25ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସାନ୍ତନା ଦେଇଛନ୍ତି ା ଗଣେଷ ପୂଜା ନକରି ସେହି ଅର୍ଥକୁ ମୃତ ଛାତ୍ରର ପରିବାରକୁ ପ୍ରଦାନ କରିଛନ୍ତି ଛାତ୍ର ଓ ଅଧାପକ , ଅଧ୍ୟାପିକା । ମିଳିତ ଭାବେ ମୃତ ଛାତ୍ର ସତ୍ୟବ୍ରତଙ୍କ ଘରେ ପହଁଚି ତାର ମାଆକୁ ସାନ୍ୱନା ଦେବା ସହ ଏହି ସହାୟତା ଅର୍ଥ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.