Below header

ଘାଟିରେ ୨୦୦ ମିଟର ତଳକୁ ଖସିଲା ସ୍କୁଟି, ୩ ଯୁବକଙ୍କ ମୃତ୍ୟୁ

ଗୋଟିଏ ପରିବାରର ୩ ଜଣ ସ୍କୁଟିରେ ଫେରୁଥିଲେ । ଭାରସାମ୍ୟ ହରାଇ ଏକ ବଡ଼ ପଥରରେ ପିଟି ହୋଇ ଛିଟିକି ପଡିଥିଲେ ୨୦୦ ମିଟର ତଳକୁ । ଘଟଣା ସ୍ଥଳରେ ହିଁ ଚାଲିଯାଇଥିଲା ୩ ଜଣ ଯୁବକ ଙ୍କ ଜୀବନ ।

କେନ୍ୟୁଜ୍(ବ୍ୟୁରୋ): ଘାଟିରେ ୨୦୦ ମିଟର ତଳକୁ ଖସିଲା ସ୍କୁଟି। ଘଟଣା ସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଲବେଡା ପଂଚାୟତର କସମ ଘାଟିରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଗୋଟିଏ ପରିବାରର ୩ ଜଣ ସ୍କୁଟିରେ ଫେରୁଥିଲେ । ଭାରସାମ୍ୟ ହରାଇ ଏକ ବଡ଼ ପଥରରେ ପିଟି ହୋଇ ଛିଟିକି ପଡିଥିଲେ ୨୦୦ ମିଟର ତଳକୁ । ଘଟଣା ସ୍ଥଳରେ ହିଁ ଚାଲିଯାଇଥିଲା ୩ ଜଣ ଯୁବକ ଙ୍କ ଜୀବନ ।

ମୃତ ଯୁବକମାନଙ୍କ ଘର ଆନ୍ଧ୍ର ପ୍ରଦେଶ ପାର୍ବତୀପୁର ଅଞ୍ଚଳର। ୩ ମୃତକ ହେଲେ ଜୟ ରାଜୁ , ମାରି ଶିବା ଓ ମାଲିକା ବାଲରାଜୁ । ୩ ଜଣଙ୍କ ବୟସ ୧୯ ରୁ ୨୧ ବର୍ଷ ମଧ୍ୟରେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟିଟି ଚୁରମାର ହୋଇଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଆମ୍ବୁଲାନ୍ସ ନେଇ ଘଟଣା ସ୍ଥଳରେ ପହଂଚି ଥିଲା । ଉଦ୍ଧାର କରିବାକୁ ଦୀର୍ଘ ଏକ ଘଣ୍ଟା ସମୟ ଲାଗି ଯାଇଥିଲା । ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.