ଓସ୍କାର ପାଇଁ ଏଣ୍ଟ୍ରି କଲା ଭାରତୀୟ ଫିଲ୍ମ: 2018: Everyone is a Hero ପାଇବ ଆଓ୍ୱାର୍ଡ

କେମିତି ଆଖି ଆଗରେ ବନ୍ୟା ପ୍ରଳୟ ଆଣିଥିଲା । କିଭଳି ପାଣି ସୁଅରେ ଭାସି ଯାଇଥିଲା ଜନଜୀବନ । ପ୍ରାକୃତିକ ବିପର୍ଯ୍ୟୟ ଉପରେ ମଣିଷର ବିଜୟର ଦୃଶ୍ୟ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିଥିଲା ।

କେନ୍ୟୁଜ୍(ବ୍ୟୁରୋ): ଓସ୍କାର ପାଇଁ ଏଣ୍ଟ୍ରି କଲା ଭାରତୀୟ ଫିଲ୍ମ । ରେସରେ ସାମିଲ ହେଲା ମାଲାୟଲମ୍ ଫିଲ୍ମ 2018: Everyone is a Hero । ପ୍ରଥମ ଭାରତୀୟ ଫିଲ୍ମ ଭାବରେ ଓସ୍କାର ୨୦୨୪ରେ ଏଣ୍ଟ୍ରି କରିଛି । ଏହି ଘୋଷଣା କରିଛି ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ । ୨୦୧୮ରେ କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ବିଭୀଷିକା ଓ ବିତ୍ପାତ ଉପରେ ଫିଲ୍ମର କାହାଣୀ । କେମିତି ଆଖି ଆଗରେ ବନ୍ୟା ପ୍ରଳୟ ଆଣିଥିଲା । କିଭଳି ପାଣି ସୁଅରେ ଭାସି ଯାଇଥିଲା ଜନଜୀବନ ।

ପ୍ରାକୃତିକ ବିପର୍ଯ୍ୟୟ ଉପରେ ମଣିଷର ବିଜୟର ଦୃଶ୍ୟ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିଥିଲା । 2018: Everyone is a Hero ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗ ପାଇଁ ପ୍ରତିଦ୍ବନ୍ଦିତା କରିବ । ଓସ୍କାର ଏଣ୍ଟ୍ରି ପାଇଁ ହିନ୍ଦି ଫିଲ୍ମ ଦ କେରଳ ଷ୍ଟୋରୀ ସମେତ ତେଲଗୁ, ମରାଠୀ, ତାମିଲ ଭାଷାର ମୋଟ୍ ୨୨ଟି ଫିଲ୍ମ ଉପରେ ବିଚାର କରାଯାଇଥିଲା । ଏଥିରୁ ବାଜି ମାରିଛି 2018: Everyone is a Hero ।

2018: Everyone is a Heroର ନିର୍ଦ୍ଦେଶନା ଦେଇଥିଲେ ଜୁଡେ ଆନ୍ଥାନୀ ଜୋସେଫ୍ । ଚଳିତବର୍ଷ ମେ ମାସରେ ରିଲିଜ ହୋଇଥିଲା ଫିଲ୍ମ 2018: Everyone is a Hero । ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା । ସର୍ବାଧିକ ବିଜନେସ୍ କରିଥିବା ମାଲାୟଲମ୍ ଫିଲ୍ମ ଭାବରେ ରେକର୍ଡ କରିଛି । ସେହିପରି ଚଳିତବର୍ଷ ସର୍ବାଧିକ ଇନକମ୍ କରିଥିବା ଭାରତୀୟ ଫିଲ୍ମ ଭିତରେ ରହିଛି ।

୨୦୦୨ ମସିହା ପରେ କୌଣସି ଭାରତୀୟ ସିନେମା ବେଷ୍ଟ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ ବର୍ଗରେ ଓସ୍କାର ପାଇଁ ମନୋନୀତ ହୋଇ ନଥିଲା । ଶେଷ ଥର ୨୦୦୨ରେ ଏହି ବର୍ଗରେ ଚୟନ ହୋଇଥିଲା ଲଗାନ୍ । ୨୦୨୩ରେ ରିଲିଜ ଫିଲ୍ମ ପାଇଁ ୯୬ତମ ଓସ୍କାର ଆୱାର୍ଡ ପ୍ରଦାନ କରାଯିବ । ଆସନ୍ତାବର୍ଷ ମାର୍ଚ୍ଚ ୧୦ ତାରିଖରେ ଲସ୍ ଆଞ୍ଜଲସରେ ଆୟୋଜିତ ହେବ ଆୱାର୍ଡ ସେରିମୋନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.