ବସଧର୍ମଘଟକୁ ଓଲ୍ଲାଇବ ରାଜ୍ୟ ବସ ମାଲିକ ସଙ୍ଘ, ୨ ତାରିଖରେ ୨୪ ଘଣ୍ଟିଆ ବନ୍ଦ ଡାକରା

ଏକ ଘରୋଇ ହୋଟେଲ ଆୟୋଜିତ ସାମ୍ବାଦିକ ସମିଳନୀରେ ଏଭଳି ନିଷ୍ପତି ନେଇଛି ସଙ୍ଘ ।  ବସ ମାଲିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ବାରମ୍ବାର ଚିଠି କରିବା ପରେ ମଧ୍ୟ ସରକାର କିଛି ନିଷ୍ପତି ନେଲେନାହିଁ ।

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସଧର୍ମଘଟକୁ ଓଲ୍ଲାଇବ ରାଜ୍ୟ ବସ ମାଲିକ ସଙ୍ଘ। ଏହାଶହ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ଅକ୍ଟୋବର ୨ ତାରିଖରେ ସଙ୍ଘ ତରଫରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏକ ଘରୋଇ ହୋଟେଲ ଆୟୋଜିତ ସାମ୍ବାଦିକ ସମିଳନୀରେ ଏଭଳି ନିଷ୍ପତି ନେଇଛି ସଙ୍ଘ ।  ବସ ମାଲିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ବାରମ୍ବାର ଚିଠି କରିବା ପରେ ମଧ୍ୟ ସରକାର କିଛି ନିଷ୍ପତି ନେଲେନାହିଁ ।

ଶେଷରେ ବାଧ୍ୟ୍ୟ ହୋଇ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଲୁ ବୋଲି କହିଛନ୍ତି ସଂଘର ସାଧାରଣ ସମ୍ପାଦକ। ଏହାଶହ ବିଭିନ୍ନ ଜିଲ୍ଲାକୁ ଚାଲିବାକୁ ଥିବା ଲାକମି ବସ ଯୋଜନାରେ ଘରୋଇ ବସକୁ ଅନର୍ଭୁକ୍ତ କରାଇବା । ମୋ ବସ ଚଳଚଳ କରିଥିବା ରୁଟ ଗୁଡିକରେ ପରମିଟ ନଥିବାରୁ ସେଗୁଡିକୁ ସମୀକ୍ଷା କରିବା ସହ କେବଳ ସହରାଞ୍ଚଳରେ ହିଁ ମୋ ବସ ଚଳେଇବାର ଅନୁମତି ଦେବା ।ବସ ରୁଟ ମାଲିକାନା ପରମିଟ କେସ ଗୁଡିକୁ ଶୀଘ୍ର ସମାଧାନ କରିବା ସହ ୧୫ ବର୍ଷରୁ ଉର୍ଦ୍ଧ ବୟସ ଥିବା ବସ ଗୁଡିକୁ ୨୦ ବର୍ଷ ହେବା ପର୍ଯନ୍ତ ଅସ୍ଥାୟୀ ପରମିଟ ପ୍ରଦାନ କରିବାକୁ ମଧ୍ୟ ଦାବୀ କରିଛି ସଙ୍ଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.