ବୀମା ଲୋକପାଳଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର: ୧୪ଟି ମାମଲାର ବିଚାର କରାଯାଇ ୮ଟିର ତୁରନ୍ତ ଫଇସଲା ହେଲା

ବର୍ଷ ବର୍ଷ ଧରି ଉପଭୋକ୍ତା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ର ସମାଧାନ ହୋଇ ପାରିଥିବାରୁ ଉପଭୋକ୍ତା ମାନେ ସନ୍ତୋଷ ପ୍ରକାଶ କରିଥିଲେ।

ଯାଜପୁର ଟାଉନ(କେନ୍ୟୁଜ୍): ଦୀର୍ଘ ଦିନ ଧରି ବିଭିନ୍ନ ବୀମା କମ୍ପାନୀ ଦ୍ୱାରା ଶୋଷଣର ଶିକାର ହୋଇ ଆସୁଥିବା ଉପଭୋକ୍ତା ଙ୍କ ସମସ୍ୟା ର ସମାଧାନ ପାଇଁ ଆଜି ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବୀମା ଲୋକପାଳଙ୍କ ଦ୍ଵାରା ରାଜ୍ୟର ଦ୍ଵିତୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୀମା ଲୋକପାଳ ଅବସରପ୍ରାପ୍ତ ଆଇ ଏ ଏସ ମନୋଜ ପରିଡା ଯୋଗ ଦେଇ ଅଭିଯୋଗକାରୀ ଙ୍କ ଠାରୁ ଅଭିଯୋଗ ଶୁଣି ମାମଲାର ବିଚାର କରିଥିଲେ। ଏହି ଶିବିରରେ ମୋଟ ୧୪ଟି ମାମଲାର ବିଚାର କରାଯାଇ ସେଥିମଧ୍ୟରୁ ୮ଟିର ତୁରନ୍ତ ଫଇସଲା କରାଯାଇଥିଲା।

ବର୍ଷ ବର୍ଷ ଧରି ଉପଭୋକ୍ତା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ର ସମାଧାନ ହୋଇ ପାରିଥିବାରୁ ଉପଭୋକ୍ତା ମାନେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଶୁଣାଣୀରେ ଅନ୍ୟମାନଙ୍କ ମଧ୍ୟରେ ବୀମା ଲୋକପାଳ କାର୍ଯ୍ୟାଳୟର ଭାରପ୍ରାପ୍ତ ସଚିବ ଅଜୟ କୁମାର ଦାସ, ସାଧାରଣ ବୀମା ସଚିବ ବିରୁପାକ୍ଷ ପଣ୍ଡା, ସହକାରୀ ସଚିବ କୃଷ୍ଣ ଚନ୍ଦ୍ର ବାରିକ, ସହକାରୀ ସଚିବ ଅମଳେନ୍ଦୁ ମହାପାତ୍ର , କାହ୍ନୁ ଚରଣ ବେହେରା, ରାମ କୃଷ୍ଣ ସାଇ ଓ ସ୍ପେସିଆଲିଷ୍ଟ ଧୀରେଷ ଚନ୍ଦ୍ର ଡାନି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଯାଜପୁରବାସୀଙ୍କ ପକ୍ଷରୁ ବୀମା ଲୋକପାଳ ମନୋଜ ପରିଡାଙ୍କୁ ପୁଷ୍ପଗୁଛ ପ୍ରଦାନକରୀ ସମର୍ଦ୍ଧନା ଜ୍ଞାପନ କରାଯିବା ସହ ଯାଜପୁରରେ ଏକ ସ୍ଵତନ୍ତ୍ର ଶାଖା ଖୋଲିବାକୁ ନିବେଦନ କରଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.