ପୃଥିବୀ ଫେରିଲେ ନାସା ମହାକାଶ ଯାତ୍ରୀ ଫ୍ରାଙ୍କ୍‌ ରୁବିଓ; ମହାକାଶରେ ଶେଷ କଲେ ୩୭୧ ଦିବସୀୟ ଅଦ୍ଭୁତପୂର୍ବ ମିଶନ

ଆମେରିକୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ନାସାର ମହାକାଶ ଯାତ୍ରୀ ଫ୍ରାଙ୍କ୍‌ ରୁବିଓ ବୁଧବାର ପୃଥିବୀ ଫେରିଛନ୍ତି। ମହାକାଶରେ ରୁବିଓଙ୍କ ଐତିହାସିକ କାର୍ଯ୍ୟକାଳ ସେପ୍ଟେମ୍ବର ୨୭ରେ ସମାପ୍ତ ହୋଇଛି। ଏହି ମିଶନ ୨୦୨୨ ସେପ୍ଟେମ୍ବରରେ ଲଞ୍ଚ୍‌ ହୋଇଥିଲା। ଫ୍ରାଙ୍କ୍‌ ରୁବିଓ ଭାରତୀୟ ସମୟାନୁସାରେ, ଅପରାହ୍ନ ୪ଟା ୪୭ରେ କାଜାକିସ୍ତାନରେ ଲ୍ୟାଣ୍ଡ୍‌ କରିଥିଲେ।

ରୁଷୀୟ ମହାକାଶ ଯାତ୍ରୀ ସର୍ଗେ ପ୍ରୋକୋପୟେଭ୍‌ ଓ ଦିମିତ୍ରୀ ପେଟେଲିନଙ୍କ ସହ ରୁବିଓ ମହାକାଶରେ ୩୭୧ ଦିବସୀୟ ଅଦ୍ଭୁତପୂର୍ବ ମିଶନ ସମାପ୍ତ କରିବା ପରେ ପୃଥିବୀ ଫେରି ଆସିଛନ୍ତି। ଏହି ୩ ଜଣିଆ ଟିମ୍‌ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସ୍‌ଏସ୍‌)ରୁ ସୋୟୁଜ୍‌ ଏମ୍‌ଏମ୍‌-୨୩ ମହାକାଶ ଯାନରେ ବାହାରିଥିଲେ ଏବଂ କାଜାକିସ୍ତାନରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ୍‌ କରିିଥିଲେ।

ଆଇଏସ୍‌ଏସ୍‌ରେ ରୁବିଓଙ୍କ ମିଶନ ୩୭୧ ଦିନ ଧରି ଚାଲିଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଏହି ମିଶନ ନାସାର ପୂର୍ବ ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି। ଏହା ପୂର୍ବରୁ ମାର୍କ ଭନ୍ଦେ ହେୟି ୩୫୫ ଦିନ ପର୍ଯ୍ୟନ୍ତ ମହାକାଶରେ ରହି ରେକର୍ଡ ସୃଷ୍ଟି କରିଥିଲେ। ୨୦୧୭ରେ ୧୮,୦୦୦ ଲୋକ ମହାକାଶ ଯାତ୍ରୀ ପାଇଁ ଆବେଦନ କରିଥିଲେ। ୧୦ ଜଣ ଚୟନ ହୋଇଥିବା ବେଳେ ରୁବିଓ ସେମାନଙ୍କ ଭିତରୁ ଜଣେ ଥିଲେ।

ରୁବିଓ ଜଣେ ସକ୍ରିୟ ସେନା ଚିକିତ୍ସକ ଏବଂ ନାସାର ମହାକାଶ ଯାତ୍ରୀ। ଆଇଏସ୍‌ଏସ୍‌ରେ ରୁବିଓଙ୍କ ମିଶନ ପ୍ରଥମେ ୬ ମାସ ପାଇଁ ନିର୍ଦ୍ଧାରିତ ଥିଲା। ପରେ ମହାକାଶ ଯାନରେ କୁଲାଣ୍ଟ ଲିକ୍‌ ଆବିଷ୍କାର ଏବଂ ଏହା ପରର ଯାଞ୍ଚ ପାଇଁ ତାଙ୍କ ମିଶନକୁ ବଢ଼ାଇ ଦିଆଯାଇଥିଲା। ରୁବିଓଙ୍କ ମହାକାଶ ଷ୍ଟେସନର ଯାତ୍ରା ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ଏବଂ ରୁଷୀୟ ମହାକାଶ ଏଜେନ୍ସି ‘ରୋସ୍କୋସ୍ମୋସ୍‌’ ମଧ୍ୟରେ ଏକ ପାରସ୍ପରିକ ଚୁକ୍ତି ଆଧୀନରେ ହୋଇଛି। ଏହି ଚୁକ୍ତି ୨୦୨୨ରେ କ୍ରୁ-ଏକ୍ସଚେଞ୍ଜ୍‌ ଏଗ୍ରିମେଣ୍ଟର ଅଂଶ ଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.