Below header

ମାଂସ ରୋଷେଇକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ହେଲା ଝଗଡା, ଶେଷରେ ସ୍ୱାମୀଙ୍କୁ ବିଭତ୍ସ ଭାବେ ହତ୍ୟାକଲା ସ୍ତ୍ରୀ

କାମାକ୍ଷାନଗର: ଦିନ ଥିଲା ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ସାବିତ୍ରୀ ଯମ ପାଖରୁ ସତ୍ୟବାନଙ୍କୁ ବଞ୍ଚାଇ ଆଣିଥିଲେ । କିନ୍ତୁ ଆଜିର ଆଧୁନିକତାର ଛାପରେ ସବୁ କିଛି ଓଲଟା । ନିଜର ସ୍ୱାମୀଙ୍କୁ ବିଭତ୍ସ ଭାବରେ ହତ୍ୟା କଲା ପିଶାଚୀ ସ୍ତ୍ରୀ । ଏ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ । ସୂଚନା ଅନୁଯାୟୀ ,ଗତ କାଲି ରାତିରେ ଗାଁର ଦୁଷ୍ମନ୍ତ ସାହୁଙ୍କୁ ତାଙ୍କ ସ୍ତ୍ରୀ ଖୁଲଣା ସାହୁ ବିଭତ୍ସ ଭାବରେ ହତ୍ୟା କରିଛି । ମାଂସ ରୋଷେଇକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଏହି ଝଗଡା ଏତେ ତୀବ୍ର ରୂପ ଧାରଣ କରିଥିଲା ଯେ ସ୍ତ୍ରୀ ଖୁଲଣା ସ୍ୱାମୀ ଦୁଷ୍ମନ୍ତଙ୍କୁ ପ୍ରଥମେ ଲଣ୍ଠନ କାଚରେ ଦେହକୁ ଭୂଷି ଦେବା ସହ ଯୌନାଙ୍ଗକୁ ଧରି ଘୋଷାଡି ଆଣିଥିଲା ।

ଚିତ୍କାର ଶୁଣି ମାଆ ପ୍ରମୋଦା ଅନ୍ଯ ଏକ ଘରୁ ଚାଲି ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାର କିଛି ସମୟ ପରେ ଦୁଷ୍ମନ୍ତର ମୃତ୍ୟୁ ହୋଇଥିଲା । ଏ ନେଇ ମୃତକଙ୍କ ମାଆ ପ୍ରମୋଦା ସାହୁଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ତ୍ରୀ ଖୁଲଣାକୁ ଅଟକ ରଖି ପଚରା ଉଚରା ଚଲେଇଛି । ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାଟିର ତଦନ୍ତ ଜାରି ରଖିଛି । ତେବେ ସାମାନ୍ୟ ମାଂସ ତରକାରୀ ପାଇଁ ସ୍ୱାମୀକୁ ଏମିତି ଭାବେ ହତ୍ୟା କରିବା ଘଟଣାଟି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.