Below header

ନାବାଳକକୁ ଦିଲ୍ଲୀ ପୋଲିସର ନିର୍ଯାତନା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : ସମାଜରେ ଲୋପ ପାଉଛି ମାନବିକତା । ନିଜର ସ୍ୱାର୍ଥ ପାଇଁ ଅତି ନିମ୍ନସ୍ତରକୁ ଖସି ଯାଉଛି ମଣିଷ । ଅଳ୍ପ କିଛି ଟଙ୍କା ବା ଫାଇଦା ପାଇଁ ନିଜ କ୍ଷମତାର ଅପବ୍ୟବହାର କରିବାକୁ ପଛାଉ ନାହାଁନ୍ତି । ଏମିତି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ । ପୋଲିସ୍‌ ଜଣେ ନାବାଳକକୁ ବିଚ୍‌ ରାସ୍ତାରେ ଅମାନୁଷିକ ଭାବେ ମାଡ଼ ମାରୁଛି ।

Video Courtesy: MIRROR NOW
https://youtu.be/djtLHoEvZGI

ନାବାଳକର ଭୁଲ୍‌ ଏତିକି ଯେ ସେ ତାଙ୍କ ପଡୋଶୀଙ୍କ ସହ ଝଗଡ଼ା କରିଥିଲା । ପଡ଼ୋଶୀଙ୍କ ପ୍ରରୋଚନାରେ ଆସି ପୋଲିସ ଜଣକ ନାବାଳକକୁ ଅମାନବୀୟ ଭାବେ ମାଡ଼ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଛି । ହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଏପର୍ଯ୍ୟନ୍ତ ଉକ୍ତ ପୋଲିସଙ୍କୁ କୈାଣସି କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇ ନାହିଁ । ଦେଖନ୍ତୁ ଭାଇରାଲ୍‌ ଭିଡିଓଟିକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.