ତାଳଚେର: କରୋନାରୁ ସୁସ୍ଥ ହେବା ପରେ ହସ୍ପିଟାଲରୁ ଗାଏବ ହୋଇଗଲେ ବୃଦ୍ଧ ବ୍ୟକ୍ତି, ଡାକ୍ତରଖାନା ପରିସରରେ ଉତ୍ତେଜନା

ତାଳଚେର(କେନ୍ୟୁଜ୍): ତାଳଚେରସ୍ଥିତ କୋଭିଡ ହସପିଟାଲ ସମ୍ମୁଖରେ ଉତ୍ତେଜନା। ଜଣେ କୋଭିଡ ରୋଗୀ ଚିକିତ୍ସିତ ହେବା ସମୟରେ ଗାଏବ ହୋଇଯିବା ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଏଭଳି ଘଟଣା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ପରିବାର ଲୋକେ ଓ ଘଣ୍ଟପଡା  ଗ୍ରାମବାସୀ ହସ୍ପିଟାଲ  ପରିସରରେ ହୋହାଲ୍ଲା କରିଛନ୍ତି। ସୂଚନା ଅନୁସାରେ ତାଳଚେର ଘଣ୍ଟପଡା ଗାଁର ମହରଗା ନାଏକ ନାମକ ଜଣେ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

covid hospital talcher

ଗତକାଲି ହସପିଟାଲରୁ ତାଙ୍କ ପୁଅ ପାଖକୁ ଫୋନ କରାଯିବା ସହ ତାଙ୍କ ବାପା ସୁସ୍ଥ ହୋଇଗଲେଣି, ତାଙ୍କୁ ଆସି ନେଇ ଯିବାକୁ କୁହାଯାଇଥିଲା । ଗତକାଲି ତାଙ୍କ ପୁଅ ଡାକ୍ତରଖାନା ସମ୍ମୁଖକୁ ଆସିବା ପରେ ବାପାଙ୍କ ଡିସଚାର୍ଜ କାଗଜ ଧରାଇ ଦେଇ ଅପେକ୍ଷା କରିବାକୁ କୁହା ଯାଇଥିଲା।  ତେବେ ସନ୍ଧ୍ୟା ଯାଇ ରାତି ହେବା ପରେ ମଧ୍ୟ ତାଙ୍କ ବାପା ଆସି ନଥିଲେ । ଆଜି ମଧ୍ୟ ସେଠାକୁ ଯାଇ ଅପେକ୍ଷା କରିବା ପରେ ତାଙ୍କ ବାପା ଡାକ୍ତରଖାନାରେ ନଥିବା ଜାଣିବାକୁ ପାଇଥିଲେ । ଏହି ଖବର ପରିବାର ଲୋକ ଓ ଗାଁ ଲୋକ ଜାଣିବା ପରେ ବହୁ ସଂଖ୍ୟାରେ ଲୋକ ଡାକ୍ତରଖାନା ସମ୍ମୁଖରେ ଠୁଳ ହେବା ସହ ହୋହାଲ୍ଲା  କରିଥିଲେ । ସେପଟେ ଖବର ପାଇ ତାଳଚେର ପୋଲିସ ଓ  ଉପ-ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.