Below header

କୁଚିଣ୍ଡା : ଦେଶୀ ମଦଭାଟି ବନ୍ଦ ରହିଥିବାବେଳେ ରନ୍ଧା ମଦ ସାମଗ୍ରୀ ଜବତ

କୁଚିଣ୍ଡା ( କେନ୍ୟୁଜ) : କୋଭିଡ ୧୯ ଯୋଗୁଁ ସାରା ଦେଶରେ ଜାରି ହୋଇଛି ଲକଡାଉନ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଦେଶୀ ମଦଭାଟି ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଅବକାରୀ ବିଭାଗର ସବ ଇନସପେକ୍ଟର ଗୋକୁଳ ଧର ଏବଂ ଗୋବିନ୍ଦପୁର ଅବକାରୀ ସବ ଇନସପେକ୍ଟର ବିଷ୍ଣୁଚରଣ ମଲ୍ଲିକଙ୍କ ନେତୃତ୍ବରେ ଅବକାରୀ ବିଭାଗର କର୍ମଚାରୀମାନେ ସିରିଡ ପଚାଂୟତ ବାବେଜୁରୀ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଚଢାଉ କରିଥିଲେ । ଚଢାଉରେ ତିନି ଶହ କେଜି ମହୁଲପୋଚ, ୪୫ଲିଟର ରନ୍ଧା ମଦ ଏବଂ ରନ୍ଧା ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ଜିନିଷ ଜବତ କରିଥିଲେ । ଅଭିଯୁକ୍ତ ମାନେ ଚଢାଉ ବେଳେ ଫେରାର ହୋଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.