ହତଭାଗିନୀ ମାଆ: କରୋନାରେ ପ୍ରାଣ ହରାଇଥିବା ପୁଅକୁ ଶେଷଥର ପାଇଁ ବି ଦେଖି ପାରିଲାନି, ଅନଲାଇନରେ ଜଣାଇଲା ଅନ୍ତିମ ବିଦାୟ

ବ୍ରିଟେନରେ ଜଣେ ମାଆକୁ ପୁଅର ଅନ୍ତିମ ସଂସ୍କାର ଅନଲାଇନରେ ଦେଖିବାକୁ ପଡିଛି । କରୋନା ଭାଇରସ ଯୋଗୁ ତାଙ୍କ 13 ବର୍ଷ ପୁଅର ମୃତ୍ୟୁ ଘଟିଥିଲା। କିନ୍ତୁ ଦୁଃଖର ବିଷୟ, ଶେଷଥର ପାଇଁ ତାଙ୍କ ମାଆ ଓ 6 ଭାଇ, ଭଉଣୀ ତାଙ୍କୁ ଦେଖିପାରି ନ ଥିଲେ। କାରଣ, କରୋନା ଯୋଗୁ ପରିବାରର ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଥିଲା। ସମସ୍ତେ ଅନଲାଇନରେ ହିଁ ପୁଅକୁ ଅନ୍ତିମ ବିଦାୟ ଦେଇଥିଲେ।

rose

ଦକ୍ଷିଣ ଲଣ୍ଡନର ବ୍ରିକସଟନରେ ରହୁଥିବା ଇଜମାଇଲ ମହମ୍ମଦ ଅବଦୁଲବାବ କିଙ୍ଗସ କଲେଜ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ସେ କରୋନା ଆକ୍ରାନ୍ତ ଥିଲେ। ଇସଲାମିକ ରୀତିନୀତି ଅନୁସାରେ, ପାରମ୍ପରିକ ରୂପରେ ବିଶେଷ ପ୍ରାର୍ଥନା ଲାଗି ମୃତଦେହକୁ ପ୍ରଥମେ ମସଜିଦ ନିଆଯାଇଥାଏ। କିନ୍ତୁ ଏବେ ସବୁ ଧାର୍ମିକସ୍ଥଳ ବନ୍ଦ ଥିବାରୁ ମୃତଦେହକୁ ସିଧା କବରସ୍ଥାନ ନିଆଯାଇଥିଲା। ସେଠାକୁ ଯିଏ ବି ତାଙ୍କ ପରିଜନ ଆସିଥିଲେ, ସମସ୍ତଙ୍କୁ 1 ମିଟର ଦୂରତାରେ ରଖାଯାଇଥିଲା।

tyt

ତେବେ ଇଜମାଇଲଙ୍କ ମାଆ ସାଦିଆ ଓ 6 ଭାଇ, ଭଉଣୀ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ଚାହୁଁଥିଲେ, କିନ୍ତୁ ପ୍ରଶାସନ ସେମାନଙ୍କୁ ଅଟକାଇ ଦେଇଥିଲା। ସାଦିଆ ବିନତି କରିବାରୁ ତାଙ୍କ ପାଇଁ ଅନଲାଇନ ଜରିଆରେ ଅନ୍ତିମ ସଂସ୍କାର ଦେଖିବାର ବ୍ୟବସ୍ଥା କରାଯାଇଥିଲା।

ସାଦିଆଙ୍କ କହିବା ହେଲା, ପୁଅଠାରେ କରୋନାର କୌଣସି ବ ଲକ୍ଷଣ ଦେଖାଯାଇ ନ ଥିଲା, ତଥାପି ରିପୋର୍ଟ ପଜିଟିଭ ଆସିଥିଲା। ହସ୍ପିଟାଲରେ ଭର୍ତ୍ତି ହେବାର 2/3 ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଥାଉ କି, ବର୍ତ୍ତମାନ ସାଦିଆଙ୍କ ପରିବାରରେ 2 ଜଣଙ୍କୁ କରୋନା ସଂକ୍ରମଣ ଯୋଗୁ ଆଇସୋଲେସନରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.