Below header

ଅମାନିଆଙ୍କୁ ସାବାଡ କରିବା ପାଇଁ ସରକାର ଆଣିଲେ ଇ-ପାସ୍‍ ବ୍ୟବସ୍ଥା, ଏମିତି କରିନିଅନ୍ତୁ ଅନ୍‍ଲାଇନ ଆବେଦନ

କରୋନା ଭାଇରସ ସଂକ୍ରମଣ ଯୋଗୁଁ ସମଗ୍ର ଭାରତବର୍ଷ ଲକ୍‍ଡାଉନରେ ରହିଛି । ଏହି ସମୟରେ ଲୋକେ ଅତ୍ୟାବଶ୍ୟକ ଜିନିଷ ବାହାନାରେ ମଧ୍ୟ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛନ୍ତି । ଏପରି ଲୋକଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଆବଶ୍ୟକ ବସ୍ତୁ କିମ୍ବା ଜରୁରୀ ସେବା ପାଇଁ ବାହାରକୁ ବାହାରୁଥିବା ବ୍ୟକ୍ତିଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶାନୁସାରେ ଇ-ପାସ୍‍ର ବ୍ୟବସ୍ଥା କରାଯାଉଛି । ଏହି ବ୍ୟବସ୍ଥା ଆବଶ୍ୟକ ବସ୍ତୁ ଏବଂ ସେବା ପ୍ରଦାନ କରୁଥିବା ସଂସ୍ଥା ପାଇଁ କେବଳ ରହିବ । ଜରୁରୀ ସେବା ପାଇଁ ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ଏହି ପାସ୍‍ କାମ କରିବ କିନ୍ତୁ ଜନସାଧାରଣଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଯିବା ପାଇଁ ଏହି ପାସ୍‍ର ଅବଧି ୧ ଦିନ ପାଇଁ ରହିବ ।

up

ଏମିତି କରନ୍ତୁ ଆବେଦନ :

ଲକ୍‍ଡାଉନ ସମୟରେ ଅନଲାଇନ ଆବେଦନ କରିବା ପାଇଁ ଇ- ପାସ୍‍ ପାଇଁ ଲିଙ୍କ ଷଗ୍ଧଗ୍ଧକ୍ଟ୍ର://୧୬୪.୧୦୦.୬୮.୧୬୪/ଙ୍କକ୍ଟ୍ରରକ୍ଟ୍ରବଗ୍ଦଗ୍ଦ୨ ରେ କ୍ଲିକ କରନ୍ତୁ ।

କୌଣସି ସଂସ୍ଥାର ମାତ୍ର ୫ ଜଣ କର୍ମଚାରୀ ହିଁ ଏହି ଇ-ପାସ ପାଇଁ ଆବେଦନ କରିପାରିବେ । ଏହି ଅନଲାଇନ ଆବେଦନରେ ପ୍ରଶାନସିକ ଅଧିକାରୀ ପ୍ରାପ୍ତ ଆବେଦନର ପରୀକ୍ଷଣ ପରେ ହିଁ ପାସ୍‍କୁ ସ୍ୱୀକୃତି ପ୍ରଦାନ କରିବେ । ତା\’ ପରେ ସ୍ୱୀକୃତି ପାଇଥିବା ଆବେଦନ ପାଇଁ ଇ-ପାସ ଜାରି କରାଯିବ ଏବଂ ଏକ ଏସ୍‍ଏମଏସ୍‍ ପ୍ରାପ୍ତ ଲିଙ୍କ ଆସିବା ପରେ ଆପଣ ଏହାକୁ କ୍ଲିକ କରି ଡାଉନଲୋଡ କିମ୍ବା ପ୍ରିଣ୍ଟ ବାହାର କରିପାରିବେ ।

pass

ଆବେଦନ କରିବା ପାଇଁ ଆବଶ୍ୟକ କାଗଜପତ୍ର :

ଇ-ପାସ ଆବେଦନ ପାଇଁ ଇଲେକଟ୍ରୋନିକ କପି ହିଁଁ ଉପଯୋଗୀ । ଯାଞ୍ଜ ସମୟରେ ମଗାଯାଇଥିବା ଇ-ପାସ ସହିତ ଆବେଦନ କରିବାର ସମୟ ମଧ୍ୟ ଅପଲୋଡ କରାଯିବ । ଯେଉଁଥିରେ ଜିଏସ୍‍ଟି ପ୍ରମାଣପତ୍ର, ବାଣିଜ୍ୟିକ ପଞ୍ଜିକରଣ ପ୍ରମାଣପତ୍ର, ଫଟୋ ପରିଚୟପତ୍ର, ପାନ୍‍ କାର୍ଡ, ଆଧାର କାର୍ଡ କିମ୍ବା ଭୋଟର ଆଇଡି କାର୍ଡ ରହିଥିବା ଆବଶ୍ୟକ ।

up g

କିପରି ହେବ ଯାଞ୍ଚ :

ସରକାରଙ୍କ ନିର୍ଦ୍ଦେଶକ୍ରମେ ଇ-ପାସ ଜାରି କରିବା ପାଇଁ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ନାମିତ କରାଯିବ । ଜରୁରୀ ସେବା ପାଇଁ ଏହି ଇ-ପାସ ସରକାରଙ୍କ ଘୋଷିତ ଲକଡାଉନ ଅବଧି ପର୍ଯ୍ୟନ୍ତ ହିଁ ବୈଧ ରହିବ । କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଜାରି ହୋଇଥିବା ଇ-ପାସ୍‍ ଗୋଟେ ଦିନ ପର୍ଯ୍ୟନ୍ତ ବୈଧ ରହିବ । ଚେକିଂ ସମୟରେ ଇ-ପାସ୍‍କୁ କ୍ୟୁଆର କୋଡ ମାଧ୍ୟମରେ ପୋଲିସ କର୍ମଚାରୀ ଚେକ୍‍ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.