Below header

ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ, ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ । ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ଲମ୍ବା ତାଲିକା । ନାରୀ ନିର୍ଯାତନା ଘଟଣାରେ ସରକାରଙ୍କ ଉପରେ ଭାରି ପଡିବାକୁ ଲକ୍ଷ୍ୟ ରଖିଛନ୍ତି ବିରେୀଧୀ । ସେପଟେ କେନ୍ଦ୍ରୀୟ ଯୋଜନା ବାବଦରେ ବାକି ପଡ଼ିଥିବା ଅର୍ଥକୁ ନେଇ କେନ୍ଦ୍ରକୁ ଘେରିବାକୁ ଯୋଜନା କରୁଛି ଶାସକ ଦଳ । ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ହେବ ଅତିରିକ୍ତ ବଜେଟ୍‌ । ଅତିରିକ୍ତ ବଜେଟ୍‌ ଉପରେ ୩ ଦିନ ଧରି ହେବ ଆଲୋଚନା ହେବ। ଗୁରୁତ୍ୱପୂର୍ଣ୍ଣ କଥା, ବିଧାନସଭାକୁ ପେପର ଲେସ୍‌ କରିବାକୁ ଏଥର ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ୧୯ ଯାଏ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିବ। ଚଳିତ ଅଧିବେଶନରେ ୨୦ଟି ସରକାରୀ କାର୍ଯ୍ୟଦିବସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.