Below header

ଆସନ୍ତା ୨୦ ତାରିଖରୁ ବସୁଛି ବିଧାନସଭା ଶୀତ ଅଧିବେଶନ, ସବୁ ମନ୍ତ୍ରୀ-ବିଧାୟକଙ୍କର ପୁଣି ଥରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର(କେ ନ୍ୟୁଜ): ୨୦ ତାରିଖରୁ ବସିବ ବିଧାନସଭାର ଶୀତ ଅଧିବେଶନ । ଏହା ପୂର୍ବରୁ ସବୁ ବିଧାୟକ, ଷ୍ଟାଫଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ । ଏଥିପାଇଁ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ନମୁନା ସଂଗ୍ରହ କରାଯିବ । ଏନେଇ ବିଧାନସଭା ପରିସରରେ ନମୁନା ସଂଗ୍ରହ ନେଇ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ନିଯୋଜିତ କରାଯିବ। ନମୁନା ସଂଗ୍ରହ ନେଇ ବିଧାନସଭା ପରିସରରେ ନମୂନା ସଂଗ୍ରହ ନେଇ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ନିୟୋଜିତ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଏମସି, କ୍ୟାପିଟାଲ ହସ୍ପିଟାଲ ଓ ରାଜ୍ୟ ଔଷଧ ନିଗମକୁ ଚିଠି ଲେଖାଯାଇଛି।

ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନରେ ସାମାଜିକ ଦୂରତା ରକ୍ଷା କରି ବିଧାନସଭାରେ ବିଧାୟକ, ମନ୍ତ୍ରୀଙ୍କ ସିଟିଂ ଆରେଞ୍ଜମେଣ୍ଟ କରାଯାଇଛି। ପ୍ରତି ବିଧାୟକଙ୍କ ମଧ୍ୟରେ ଫାଇବର ଗ୍ଲାସର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବରିଷ୍ଠ ବିଧାୟକମାନେ ବିଧାନସଭାକୁ ଆସିବାକୁ ନ ଚାହିଁଲେ, ସେମାନଙ୍କ ପାଇଁ ମଧ୍ୟ ଭର୍ଚୁୁଆଲ ମାଧ୍ୟମରେ ସାମିଲ ହେବା ପାଇଁ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.