Below header

ପଞ୍ଜାବ ନ୍ଯାସନାଲ ବ୍ଯାଙ୍କ କରିଥିଲା ମନମାନି, ଏବେ ଦେବ ୧ କୋଟି ଟଙ୍କାର ଜରିମାନା

ସବୁବେଳେ ବ୍ଯାଙ୍କମାନଙ୍କର ମନମାନି ଯୋଗୁଁ ଆରବିଆଇ ତାଗିଦ କରିଥାଏ। ଏବେ ନିୟମ ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବ ନ୍ଯାସନାଲ ବ୍ୟାଙ୍କ (ପିଏନବି) ଏକ କୋଟି ଜରିମାନା ଦେବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ନିୟମ ମାନୁ ନଥିବା ବ୍ୟାଙ୍କ ଉପରେ ତୀଖ୍ଣ ନଜର ରଖିବା ସହ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁଛି।

ପେମେଣ୍ଟ ଓ ସେଟଲ୍ମେଣ୍ଟ ପ୍ରକ୍ରିୟା ନିୟମର ଉଲ୍ଲଂଘନ କରିବାକୁ ନେଇ ପିଏନବି ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଛି ଆରବିଆଇ। ବ୍ୟାଙ୍କ ପିଏନବି ବ୍ୟାଙ୍କ ଲିମିଟେଡ୍ ଭୁଟାନ ସହ ଏଟିଏମ୍କୁ ନେଇ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ପରେ ଏହି ବ୍ୟବସ୍ଥାର ପରିଚାଳନା ମଧ୍ୟ କରିଥିଲା। ଏଥିପାଇଁ ଆରବିଆଇ ପାଖରୁ ଅନୁମତି ନେଇ ନଥିଲା ପିଏନବି।

bank

ତେବେ ପିଏନବି ପେମେଣ୍ଟ ଓ ସେଟଲମେଣ୍ଟ ନିୟମ ୨୦୦୭ର ଧାରା ୨୬(୬)ର ଉଲ୍ଲଂଘନ କରିଛି। ତେଣୁ ମନମାନି କରିଥିବା ନେଇ ଏବେ ପିଏନବିକୁ ଏକ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହା ମଧ୍ୟରେ ରିଜର୍ଭ ବ୍ଯାଙ୍କ ପକ୍ଷରୁ ୫ଟି ପିଏସଓର ପ୍ରମାଣନ ମଧ୍ୟ ରଦ୍ଦ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.