Below header

ଆସନ୍ତା ୨୯ ଯାଏ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି, ହେଲେ ରାତିରେ ହ୍ରାସ ପାଇବ ନାହିଁ ପାରଦ

ଭୁବ‌ନେଶ୍ବର(କେନ୍ୟୁଜ୍): ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି । ଆସନ୍ତା ୨୯ ତାରିଖ ଯାଏ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ୨୭ ତାରିଖରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ସୋନପୁର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ଯାଜପୁର ଓ ବୌଦ୍ଧରେ ଘନ କୁହୁଡ଼ି ହେବ।

ଅପରପଟେ ୨୮ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ‌ହେବାସହିତ ୨୯ରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର,କନ୍ଧମାଳ ଓ ମୟୂରଭଞ୍ଜରେ ଘନ କୁହୁଡ଼ି ପଡ଼ିବ। ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ସମୟରେ ରାତିରେ ପାରଦ ବିଶେଷ ସ୍ଥାନରେ ହ୍ରାସ ପାଇବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.