Below header

ନିଆଳି: ଡ୍ୟୁଟିରେ ଥିବା ନର୍ସଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ

ନିଆଳି: ଆଜି କଟକ ଜିଲ୍ଲା ଅନ୍ତର୍ଗତ ନିଆଳିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଡ୍ୟୁଟିରେ ଥିବା ନର୍ସଙ୍କୁ ଛୁରୀ ଭୁସି ହତ୍ୟା କଲା ଦୁର୍ଦ୍ଦାନ୍ତ ସ୍ୱାମୀ । ମିଳିଥିବା ସୂଚନା ଅନୁଯାୟୀ, ନିଆଳି ସ୍ଥିତ ମହୁରା ସ୍କୁଲରେ ଗର୍ଭବତୀ ମହିଳା ମାନଙ୍କୁ ଟୀକା ଦିଆଯାଉଥିବାର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟ ପାଇଁ ମହୀଧରପଡ଼ା ମେଡିକାଲର କାର୍ଯ୍ୟରତ ନର୍ସ ମାନେ ସେଠାକୁ ଯାଇଥିଲେ । ସେଠାରେ ଆଜି ଟୀକା ଦାନ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଜନୈକ ନର୍ସଙ୍କ ସ୍ୱାମୀ ସେଠାରେ ପହଂଚି ପତ୍ନୀଙ୍କ ଦେହରେ ଛୁରୀ ଭୁସି ହତ୍ୟା କରିଥିଲେ ।

ଫଳରେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ନର୍ସ । ହତ୍ୟାକାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଅଭିଯୁକ୍ତ ଜଣଙ୍କ ଖସି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ନେଇଥିଲେ । ଜନସାଧାରଣଙ୍କ ଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାର ତଦନ୍ତ ଆରମ୍ଭ କରି ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଜଣେ ଏଏନଏମ ଭାବେ କାର୍ଯ୍ୟରତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.