Below header

ଗାଁକୁ ଯାଇପାରିଲାନି ୪ ଚକିଆ ଯାନ, ଖଟିଆରେ ବୁହା ହେଲେ ରୋଗୀ

ଚାନ୍ଦବାଲି(କେନ୍ଯୁଜ୍): ଗାଁକୁ ଯାଇପାରିଲାନି ୪ଚକିଆ ଗାଡି। ଏନେଇ ରୋଗୀଙ୍କୁ ଖଟିଆରେ ବୋହି ଗାଁକୁ ନିଆଯାଉଥିବାର ଭିଡିଓ ଭାଇରାଲ। ଏ ଭିଡିଓ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ନୂଆଗାଁର। ଅଭିଯୋଗ ମୁତାବକ ଗତକାଲି ରାତିରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଜଣେ ମହିଳା ପକ୍ଷାଘତ ରୋଗୀ ପ୍ରାଇଭେଟ ଗାଡିରେ ଆସି ନୂଆଗାଁ ମୁଣ୍ଡରେ ରହିଥିଲା। ସୂଚନା ମୁତାବକ ଗାଁ ରାସ୍ତା ଅତ୍ଯନ୍ତ ଖରାପ ହୋଇଥିବାରୁ ଗାଁ ଭିତରକୁ ଗାଡି ଯାଇପାରିନଥିଲା। ତେଣୁ ବାଧ୍ଯ ହୋଇ ଏକ ଖଟରେ ରୋଗୀଙ୍କୁ ଶୁଆଇ ବୋହି ବୋହି ଗାଁକୁ ନେଇଥିଲେ ପରିବାର ଲୋକେ। ଅନ୍ଯପଟେ ର୍ଗା ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ କିମ୍ବା ୪ ଚକିଆ ଗାଡି ଯାଇପାରୁନାହିଁ। ଏନେଇ ସରକାର ସବୁ ଗାଁକୁ ପକ୍କା ସଡକ କରୁଥିବା ବେଳେ ଏହି ଗାଁକୁ ଏପର୍ଯ୍ଯନ୍ତ ପକ୍କା ସଡକ ହୋଇପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.