Below header

ଶ୍ୱଶୁରକୁ ଘରେ ତାଲା ପକାଇ ପ୍ରେମିକ ସହ ବୋହୂ ଫେରାର, ଥାନାରେ ଅଭିଯୋଗ କଲେ ସ୍ୱାମୀ

ଭୁବନେଶ୍ୱର (କେନ୍ୟୁଜ): ଘରେ ଶ୍ୱଶୁରଙ୍କୁ ତାଲା ପକାଇ ବୟଫ୍ରେଣ୍ଡ ସହ ବୋହୂ ଫେରାର । ଏହାସହ ୧୦ ଲକ୍ଷ ଟଙ୍କାର ସୁନା ଅଳଂକାର ଓ ଦେଢ଼ ଲକ୍ଷ୍ୟ ନଗଦ ଟଙ୍କା ନେଇପଳାଇଛନ୍ତି । ଥାନାରେ ଅଭିଯୋଗ କଲେ ସ୍ୱାମୀ ଓ ଶ୍ୱଶୁର। ଘଟଣା ଘଟିଛି ଗଙ୍ଗନଗର ଅଞ୍ଚଳରେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ।

ଗତ ଫେବୃୟାରୀ ମାସରେ ଗଙ୍ଗନଗରର ସନ୍ଦୀପ ନାୟକ ଦଶପଲ୍ଲାର ନମିତା ନାୟକଙ୍କୁ ବିବାହ କରିଥିଲେ। ସ୍ୱାମୀ ଅଫିସ ଯାଇଥିବା ସମୟରେ ବୟ ଫ୍ରେଣ୍ଡ ସହ ଫେରାର ହେଇଯାଇଛନ୍ତି ନମିତା ଶଶୁର ଘରେ ଏକ ରୁମ ରେ ସୋଇଥିବା ବେଳେ ବାହାର ପଟୁ କବାଟ ଦେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।ସ୍ୱାମୀ ସନ୍ଦୀପ ଅଭିଯୋଗ କରିଛନ୍ତି ଯେ ନମିତା ବିବାହ ପୂର୍ବରୁ ରାଜୁ ନାହାକ ନାମକ ଏକ ପୁଅକୁ ବିବାହ କରିଥିଲେ। ତାଙ୍କ ସହ ସ୍ତ୍ରୀ ପଳାଇ ଯାଇଥିବା କଥା ସେ କହିଛନ୍ତି। ଏନେଇ ଏୟାର ପୋର୍ଟ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡା ଗାଁର ସାରଥ ନାହାକଙ୍କ ପୁଅ ୨୦୨୦ ମସିହାରେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ବେଳେ ଟିୟୁସନ କରିବା ପାଇଁ ଦଶପଲ୍ଲା ସ୍ଥିତ ନରସିଂହ ପୁର ଗାଁର ଶିକ୍ଷୟିତ୍ରୀ ନମିତା ନାଏକଙ୍କ ପାଖକୁ ଯାଉଥିଲେ । ତେବେ ଦିଦି ନିଜ ପ୍ରେମ ଜାଲରେ ଛାତ୍ରଙ୍କୁ ଫଶାଇଥିବା ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ନିଜ ପୁଅକୁ ନୟାଗଡ ସ୍ଥିତ ବିକାଶ ଟିୟୁଟରିୟାଲ ହଷ୍ଟେଲରେ ରଖିଥିଲେ ପରିବାର ବା ବେଳେ ଦର୍ପନାରାୟଣପୁର ମହା ବିଦ୍ୟାଳୟ ରେ +୨ ଦ୍ୱିତୀୟ ବର୍ଷ ରେ ପାଠ ପଢୁଥିଲେ । ହେଲେ ଟିୟୁସନ୍‌ ଦିଦି ସେହି ହଷ୍ଟେଲ କୁ ମଧ୍ୟ ଦେଖାକରିବାକୁ ବାରମ୍ବାର ଆସୁଥିଲେ । ଆଜି ଟିଉସନ ଦିଦି ନାବାଳକ ପ୍ରେମିକକୁ ନେଇ ଫେରାଇ ହୋଇଯିବା ପରେ, ରାନୁଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ଯପଟେ ଟିଉସନ ଦିଦି ନମିତା ଙ୍କ ପରିବାର ଲୋକେ ଏ ଘଟଣା ସମ୍ପର୍କ ରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.