Below header

ଗୁମ୍ଫା ଭିତରେ ଦୀର୍ଘ ୫୫ ଘଣ୍ଟା ଧରି ଫସି ରହିଲେ ଶିକାରୀ; ଜେସିବି ସାହାଯ୍ୟରେ ପଥର ଫଟାଇ ଉଦ୍ଧାର କଲା ପୋଲିସ

ଗୁମ୍ଫାରେ ୫୫ ଘଣ୍ଟା। ଦୀର୍ଘ ୫୫ ଘଣ୍ଟା ଧରି ଗୁମ୍ଫା ଭିତରେ ଫସି ରହିଥିବା ଜଣେ ଶିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେଲେଙ୍ଗାନା କାମାରେଡ୍ଡୀ ଜିଲ୍ଲାର ରାମାରେଡ୍ଡୀ ମଣ୍ଡଳ ଜଙ୍ଗଲରେ ରାଜୁ ନାମକ ଶିକାରୀ ଫସି ରହିଥିଲେ। ମଙ୍ଗଳବାର ଦିନ ଶିକାର କରିବାକୁ ଯାଇଥିଲେ ରାଜୁ। ଅନ୍ୟ ମନସ୍କ ଯୋଗୁ ହଠାତ୍ ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଫସି ଯାଇଥିଲେ। ରାଜୁଙ୍କର ମୁଣ୍ଡ ଓ ହାତ ବାହାରକୁ ଦେଖାଯାଉଥିଲା। ବାହାରକୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରି ନ ଥିଲେ। ଗୁରୁବାର ପ୍ରଶାସନ ପକ୍ଷରୁ ରାଜୁଙ୍କୁ ଉଦ୍ଧାର କରି ନିଆଯାଇଛି।

ଉଦ୍ଧାରକାରୀ ଅଧିକାରୀଙ୍କୁ ଦୁଇ ଶିଳାଖଣ୍ଡ ମଝିରେ ଥିବା ଗୁମ୍ଫାକୁ ଭାଙ୍ଗିବା ପାଇଁ ଏକ ଜେସିବି ମେସିନ୍‌ ଲଗାଇବାକୁ ପଡ଼ିଥିଲା। ରାଜୁ ୧୫ ଫୁଟ୍‌ ଗଭୀର ଗୁମ୍ଫାରେ ଫସି ରହିଥିଲେ। ପଥର ଭାଙ୍ଗି ରାଜୁଙ୍କୁ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ରାଜୁ ଜଙ୍ଗଲକୁ ଯାଇଥିଲେ। ପଥର ଚଟାଣ ଉପରେ ଚାଲିବା ସମୟରେ ହଠାତ୍‌ ସେ ଗୁମ୍ଫା ଭିତରେ ଗଳି ପଡ଼ିଥିଲେ। ଯେହେତୁ ବାହାରକୁ ବାହାରିବା ପାଇଁ କୌଣସି ଉପାୟ ନ ଥିଲା, ତେଣୁ ସେ ଗୁମ୍ଫା ଭିତରେ ଏକ ଦିନରୁ ଅଧିକ ସମୟ ଫସି ରହିଥିଲେ।

ଏହି ସମୟରେ ତାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ, ହେଲେ ସେମାନେ ସଫଳ ହୋଇ ପାରି ନ ଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ଦୀର୍ଘ ଘଣ୍ଟା ଧରି ଲଗାତାର ଉଦ୍ୟମ ପରେ ଉଦ୍ଧାରକାରୀ ଟିମ୍‌ ଗୁମ୍ଫାକୁ ଭାଙ୍ଗି ରାଜୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ରାଜୁ ଗୁମ୍ଫା ଭିତରେ ୫୫ ଘଣ୍ଟା ଫସି ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.