ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଏହି ୪ ସହରରେ କରିବେ ନିବେଶ, ଜାଣନ୍ତୁ କ’ଣ ଏହି ନିବେଶ ଯୋଜନା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କମ୍ପାନୀ ଭାରତର କେତେକ ସହରରେ ନିବେଶ କରିବାକୁ ଯୋଜନା କରୁଛନ୍ତି । ଟ୍ରମ୍ପଙ୍କ ରିୟଲ ଇଷ୍ଟେଟ୍‌ କମ୍ପାନୀର ନାମ ହେଉଛି ଦି ଟ୍ରମ୍ପ ଅର୍ଗାନାଇଜେସନ୍‌, ଯାହା ଭାରତର ଅନେକ ସହରରେ ବିଳାସପୂର୍ଣ୍ଣ ରେସିଡେନସିଆଲ ପ୍ରପଟିରେ ନିବେଶ କରିବାକୁ ଯୋଜନା କରୁଛନ୍ତି । ଟ୍ରମ୍ପଙ୍କ ଏହି କମ୍ପାନୀ ଦେଶର ଲୁଧିଆନା, ହାଇଦ୍ରାବାଦ,ବେଙ୍ଗାଲୁର ଓ ଚଣ୍ଡିଗଡ଼ରେ ଆରମ୍ଭ କରିବାକୁ ଯାଉଛି ।

ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ଏହି କମ୍ପାନୀ ଏହି କାମ ପାଇଁ ଭାରତରେ ଏକ କମ୍ପାନୀ ସହ ଚୁକ୍ତି କରିଛି । ଏହି କମ୍ପାନୀର ନାମ ଟ୍ରେବିକା ଡେଭଲପରସ୍‌ । ଏହି କମ୍ପାନୀ ହେଉଛି ଦିଲ୍ଲୀର । ଯାହା ଦୀର୍ଘ ୧୦ ବର୍ଷ ଧରି ଏହି ସେକ୍ଟରରେ କାମ କରୁଛି । ଦିଲ୍ଲୀର ଏହି କମ୍ପାନୀର ଫାଉଣ୍ଡର କଳ୍ପେଶ ମେହେତା କହିଛନ୍ତି ଯେ ତାଙ୍କ କମ୍ପାନୀ ଟ୍ରମ୍ପ କମ୍ପାନୀ ସହ ପାର୍ଟନରସିପରେ କାମ କରିବ । ଦେଶର ଭିନ୍ନ ଭିନ୍ନ ସହରରେ ଟ୍ରମ୍ପଙ୍କ କମ୍ପାନୀ କାମ କରିବା ପାଇଁ ୨,୫୦୦ କୋଟି ଟଙ୍କା ନିବେଶ କରିବ ।

ମୋଟ ୫ ହଜାର କୋଟି ଟଙ୍କାର ନିବେଶ ଯୋଜନା

ଦିଲ୍ଲୀର ଟ୍ରେବିକା ଡେଭଲପର୍ସର ସିଇଓଙ୍କ କହିବା ଅନୁଯାୟୀ, ରେସିଡେନ୍ସାଲ ପ୍ରୋଜେକ୍ଟରେ ତାଙ୍କ କମ୍ପାନୀ ୨୫୦୦ ଓ ଟ୍ରମ୍ପଙ୍କ କମ୍ପାନୀ ୨୫୦୦ ମୋଟ ୫ ହଜାର କୋଟି ଟଙ୍କା ନିବେଶ କରିବେ । ଟ୍ରମ୍ପ ଜୁନିଅରଙ୍କ ସହ କପ୍ଲେସ ମେହେତାଙ୍କ କମ୍ପାନୀ ପାର୍ଟନରସିପ କରିବା ନେଇ ଆଲୋଚନା କରିଛନ୍ତି । ଏଥି ନେଇ ଉଭୟ କମ୍ପାନୀ ବହୁତ ଖୁସି ଅଛନ୍ତି ବୋଲି ଟ୍ରେବିକା କମ୍ପାନୀ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.