କଟକ(କେନ୍ୟୁଜ୍) : ତାତିଲେ ମହିଳା। ଚୋରା ମହିଳା ମଦବେପାରୀଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। କଟକ ଜିଲ୍ଲା ବାଙ୍କୀ ଥାନା ନରଗାଙ୍ଗ ଗାଁରେ ଦିନକୁ ଦିନ ଚୋରା ମଦ ବିକ୍ରି ବଢିଚାଲିଥିଲା। ଏନେଇ ଗାଁର ମହିଳାମାନେ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ତେବେ କୌଣସି ସମାଧାନ ନହେବାରୁ ମହିଳାମାନେ ମଦ ବେପାରୀଙ୍କ ଘରୁ ଶହ ଶହ ଲିଟର ମଦ ଜବତ କରି ପୋଡିଦେବା ସହ ମଦ ବେପାରୀଙ୍କୁ ପୋଲିସ ଜିମା ଦେଇଥିଲେ।