ରାହୁଲଙ୍କ ଫୋକସରେ ପଶ୍ଚିମ ଓଡ଼ିଶା , ଆଜି ବରଗଡ଼ ସଂକଳ୍ପ ସମାବେଶରେ ଦେବେ ଯୋଗ

ବରଗଡ଼(କେନ୍ୟୁଜ୍) : ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବରଗଡ଼ର ନୂଆ ସରସରା ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେବେ ରାହୁଲ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । ଉତ୍ସାହିତ ଅଛନ୍ତି କଂଗ୍ରେସ କର୍ମୀ । ରାହୁଲ ରାୟପୁରରୁ ଆସି ଅପରାହ୍ନ ଗୋଟାଏରେ ନୂଆ ସରସରାରେ ପହଞ୍ଚିବେ । ରାହୁଲଙ୍କ ଓଡ଼ିଶା ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି । ଏହି ସମାବେଶରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଓଡ଼ିଶା ପ୍ରଭାରୀ ଟିଏସ ସିଂହଦେଓ ଯୋଗଦେବେ । ଗତ ଫେବ୍ରୁଆରୀରେ ଭବାନୀପାଟଣା ଓ ରାଉରକେଲା ଆସିଥିଲେ ରାହୁଲ । ଏବେ ମାର୍ଚ୍ଚରେ ଜୟପୁରରେ କର୍ମୀଙ୍କୁ ଉତ୍ସାହିତ କଲେ । ଏବେ ଆସୁଛନ୍ତି ବରଗଡ଼ । ଏଥର ବି ଚାଷ ଓ ଚାଷୀ ସହ ରୋଜଗାର ପ୍ରସଙ୍ଗ ଉଠାଇ ପାରନ୍ତି ରାହୁଲ । ସେପଟେ ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବନାହିଁ ବୋଲି କହିଛି ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.