Below header

‘ଦିଦି ପ୍ଲିଜ୍ ମତେ କ୍ଷମା କରିଦେବ’ ସୁଇସାଇଡ୍ ନୋଟରେ ଏଭଳି ଲେଖି ଫାଶୀରେ ଝୁଲି ପଡିଲେ ଯୁବତୀ

ଭୁବନେଶ୍ବର(କେନ୍ଯୁଜ୍): ‘ମୁଁ ଆଉ ରହିବାକୁ ଚାହୁଁନି। ଦିଦି ପ୍ଲିଜ୍ ମତେ କ୍ଷମା କରିଦେବ। ମୋ ମୃତ ଦେହକୁ ଗାଁକୁ ପଠାଇଦେବ।’ ରିପୋର୍ଟ ଅନୁଯାୟୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ଅଞ୍ଚଳରୁ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ନିକଟରୁ ଏଭଳି କିଛି ଲେଖା ଥିବା ଏକ ସୁଇସାଇଡ୍ ନୋଟ୍ ପୋଲିସ ଜବତ କରିଛି। ସୂଚନା ମୁତାବକ ମୃତ ଯୁବତୀ ଜଣକ ହେଉଛନ୍ତି ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଚାନ୍ଦୁନି ସୂତାର(୨୪)। ମୃତ ଯୁବତୀ ଜଣକ ଏକ ଭଡା ଘରେ ରହି ଫ୍ଯାସନ ଦୋକାନରେ କାମ କରୁଥିଲେ।

ପୋଲିସ ସୂଚନା ଅନୁଯାୟୀ, ଚାନ୍ଦୁନି ଏକ ଭଡା ଘରେ ଏକୁଟିଆ ରହୁଥିଲେ। ଗତକାଲି ତାଙ୍କ ଘରର କବାଟ ଦୀର୍ଘ ସମୟ ଧରି କୋଠରୀର କବାଟ ଖୋଲିନଥିବା ବେଳେ ତାଙ୍କ ପାଖ ରୁମରେ ଥିବା ଲୋକମାନେ ଯେତେ ଡାକିଥିଲେ ମଧ୍ଯ ସେ ଶୁଣି ନଥିଲେ। ଏନେଇ ତାଙ୍କ ପଡୋଶୀ ଘର ଲୋକେ ଥାନାରେ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତ ଦେହ ଜବତ କରିଛି। ଅନ୍ଯପଟେ ସୁଇସାଇଡ୍ ନୋଟରେ ଲେଖା ଥିବା ‘ଦିଦି’ କିଏ? ସେ ଚାନ୍ଦୁନିଙ୍କ ସଂସ୍ପର୍ଶରେ କେମିତି ଆସିଲେ? ଯେଉଁ ଦିଦିଙ୍କ କଥା କୁହାଯାଉଛି ତାଙ୍କ ସହ ସମ୍ପର୍କ କ’ଣ? ଦିଦିଙ୍କ ସହ ଚାନ୍ଦୁନିଙ୍କର ସମ୍ପର୍କରେ ତିକ୍ତତା ଆସିଥିଲା କି? ଏସବୁର ଉତ୍ତର ବର୍ତ୍ତମାନ ପୋଲିସ ପାଇପାରି ନାହିଁ। ଏନେଇ ପୋଲିସ ଚାନ୍ଦୁନିଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକେ ପହଞ୍ଚିବା ପରେ ଆସନ୍ତା କାଲି ଶବ ବ୍ଯବଚ୍ଛେଦ କରାଯିବ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.