ଗଞ୍ଜାମରେ କରୋନା ସ୍ଥିତିକୁ ନେଇ ବଢୁଛି ଚିନ୍ତା: ଘରଠାରୁ ଏକ କିଲୋମିଟରରୁ ଅଧିକ ଦୂର ନଯିବାକୁ ଲୋକଙ୍କୁ ଅପିଲ୍‌ କଲେ ଜିଲ୍ଲାପାଳ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନାକୁ ନେଇ ବଢୁଛି ଚିନ୍ତା। ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି । ଏହି ପରିପେକ୍ଷୀରେ ଘରଠାରୁ ଏକ କିଲୋମିଟର ରୁ ଅଧିକ ଦୂର ନଯିବାକୁ ଲୋକଙ୍କୁ ଅପିଲ୍‌ କରିଛନ୍ତ ଜିଲ୍ଲାପାଳ ।

କରୋନା ଲକ୍ଷଣ କିମ୍ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ନଲୁଚାଇବାକୁ ଅନୁରୋଧ କରିଛନ୍ତି । ଏନେଇ ନିକଟସ୍ଥ ଆଶା କର୍ମୀଙ୍କୁ ଏସଂପକରେ ତୁରନ୍ତ ଜଣାଇବାକୁ କୁହାଯାଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଥିବାରୁ ବ୍ରହ୍ମପୁର ସହରକୁ ୪ ଦିନ ପାଇଁ ସଟ୍‌ଡାଉନ୍‌ କରାଯାଇଛି । ଆଜି ସଟ୍‌ଡାଉନ୍‌ର ତୃତୀୟ ଦିନ । ବ୍ରହ୍ମପୁର ମହାନଗରରେ ୨୯ଟି ସାହିରେ ସଂକ୍ରମଣ ବ୍ୟାପିବା ପରେ ପ୍ରଶାସନର ଚିନ୍ତା ବଢିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.