Below header

ଗଜପତି: ମୋହନାରେ ମାତିଛନ୍ତି କାଠ ମାଫିଆ, ବନବିଭାଗ ଚଢ଼ାଉରେ ଖସି ପଳାଇଲା ଆସାମର କାଠ କଟାଳି

ମୋହନା(କେନ୍ୟୁଜ୍): ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ନାନା ପଦକ୍ଷେପ ନେଉଛନ୍ତି l କିନ୍ତୁ ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ମୂଲ୍ୟବାନ ଗଛ କଟାଯାଇ ଜ଼ିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଛି l ଏ କ୍ଷେତ୍ର ରେ ପାଦେ ଆଗେଇଛନ୍ତି ମୋହନା ଅଞ୍ଚଳର କାଠ ମାଫିଆ।  ଆସାମ ରୁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଗଛ କଟାଳି ଆଣି ନିମିଶକ ମଧ୍ୟରେ ଏକର ଏକର ଜଙ୍ଗଲ ପଦାକରିଦେଉଛନ୍ତି ମାଫିଆ l

woodଏଭଳି ଘଟଣା ଦେଖିବା ପାଇଁ ମିଳିଛି ରାୟଗଡା ଜ଼ିଲ୍ଲା ସୀମାନ୍ତ ଗଜପତି ଜ଼ିଲ୍ଲା ଅଧିନସ୍ଥ ନଳାଘାଟ ନିକଟସ୍ଥ ବୁରିପଙ୍କା ଗ୍ରାମ ନିକଟସ୍ଥ ଜଙ୍ଗଲରେ, କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ମୋହନା ବନବିଭାଗ ଚଢ଼ାଉ କରିଥିଲା ଜଙ୍ଗଲ ଉପରେ, ସେଠାରୁ ଜବତ ହୋଇଥିଲା ୪୦୦ ଶାଳ ପଟ୍ଟା ସହ ୧୦୦ ଖଣ୍ଡ ପିଆଶାଳ ସାଇଜ, ଚଢ଼ାଉ ସମୟରେ ଆସାମ ରୁ ଆସିଥିବା ଗଛ କଟାଳି ମାନେ ଦୌଡ଼ିପଳାଇଥିଲେ, ତଦନ୍ତ ବେଳେ ଜଣାପଡିଥିଲା ସ୍ଥାନୀୟ କାଠ ମାଫିଆ ମାନେ ଆସାମ ରୁ ଗଛ କଟାଳି ଆଣି ଜଙ୍ଗଲ ସଫା କରୁଛନ୍ତି l ଜବତ କାଠ ର ମୂଲ୍ୟ 3ଲକ୍ଷ ରୁ ଉର୍ଦ୍ଧ ହେବବୋଲି ଜଣାପଡିଛି l ତେବେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ କିଭଳି ବନବିଭାଗ ଏହାକୁ ପ୍ରତିରୋଧ କରି ଜଙ୍ଗଲ ବଞ୍ଚାଇବାରେ ସକ୍ଷମ ହେଉଛି ତାକୁ ଅପେକ୍ଷା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.