Below header

ଜଙ୍ଗଲରେ କେମିତି ଲାଗୁଛି ନିଆଁ? ଥରେ ପଢନ୍ତୁ ଏହି ରିପୋର୍ଟ, ହୋଇଯିବେ ଆଶ୍ଚର୍ଯ୍ଯ

ଭଞ୍ଜନଗର: ନିଆଁ ତ ଜଙ୍ଗଲ ଜାଳୁଛି ହେଲେ ଧୂଆଁ ଏବେ ନୟାନ୍ତ କରୁଛି। ରାସ୍ତାଘାଟ ବି ଦେଖା ଯାଉନି । ଧୂଆଁ ବାଜିଲେ ଆଖି ପୋଡୁଛି । ଆଖପାଖ ଗାଁ ଲୋକଙ୍କୁ ଖୁବ୍‌ ଦହଗଞ୍ଜ କରୁଛି ଧୂଆଁ । ଗଂଜାମ ଜିଲ୍ଲାର ଅଧିକାଂଶ ଜଙ୍ଗଲର ନିଆଁ ନିୟନ୍ତ୍ରଣରେ ଥିଲେ ମଧ୍ୟ, ଧୂଆଁ ପରିସ୍ଥିତି ଏବେ ଅସହ୍ଯ ହୋଇପଡ଼ିଛି। ଗତ କିଛି ଦିନ ହେଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନ୍ଯାଞ୍ଚଳ, ଜଗନ୍ନାଥ ପ୍ରସାଦ ବନ୍ଯାଞ୍ଚଳ ଓ ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳରେ ଜଙ୍ଗଲୀ ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି ବନବିଭାଗ। ଅନେକ ସ୍ଥାନରେ ଏହାକୁ ରୋକିବାରେ ସଫଳ ମଧ୍ୟ ହୋଇଛି।

ତେବେ ଜଙ୍ଗଲରେ କେମିତି ଲାଗୁଛି ନିଆଁ ? ଏହାର ଯେଉଁ ଘଟଣା ଆମ ନଜରକୁ ଆସିଛି, ଆମେ ହତ ଚକିତ ହୋଇଯାଇଛି । ଏସବୁ ଅସାମାଜିକ ଲୋକଙ୍କ ଦ୍ଵାରା ଘଟୁଥିବା କୁହାଯାଉଛି । ଏ ସଂପର୍କରେ ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ଆମ ନଜରରେ ପଡ଼ିଥିଲା ଜଣେ ବ୍ୟକ୍ତିଙ୍କ ଉପରେ । ଯିଏ ଜଙ୍ଗଲ ନିକଟ ରାସ୍ତା କଡ଼ରେ ନିଜେ ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି । ଆଉ କାହିଁକି ଲଗାଇଲେ ତାର କାରଣ ବି କହୁଛନ୍ତି ।

similipalଏହାପରେ ଆଉ ଏକ ଚିତ୍ର ଆମ ନଜରକୁ ଆସିଥିଲା । ଜଙ୍ଗଲ ନିଆଁ ଲିଭାଇବା ଏବଂ ଘଟଣା ପ୍ରତି ସତର୍କ ନଜର ରଖିବାକୁ ଉତ୍ତର ଘୁମୁସର ବନଖଣ୍ଡୟ ଅଧିକାରୀ ବିଭିନ୍ନ ସ୍ଥାନ ଗସ୍ତ କରୁଥିଲୁ । ନିଜେ ରାସ୍ତା କଡ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଉଥିଲେ । ନିଜେ ନିଆଁ ଲିଭାଉଥିବା ଡି.ଏଫ.ଓ ଙ୍କ ସହ ଆମେ କଥା ହୋଇଥିଲୁ । ବନରକ୍ଷୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ଅଧିକାରୀ, ସମସ୍ତଙ୍କ ଚିନ୍ତା ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷା କରାଯିବ । ଏହାବ୍ଯତୀତ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରେଧରେ କଡ଼ା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ କହିବା କଥା ହେଲା ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସ ଠାରୁ ଆଉ ବର୍ଷା ନାହିଁ । ଫଳରେ ଜଙ୍ଗଲର ଶୁଖିଲା ପତ୍ର ଓ କାଠ ନିଆଁ ପାଇଁ ଦହକ ସାଜିଛି। ପୁଣି କିଛି ଲୋକଙ୍କ ହୀନ ମାନସିକତା ଯୋଗୁଁ ଜଙ୍ଗଲ ଜଳି ଯାଉଛି ।

ଜଙ୍ଗଲ ସୁରକ୍ଷା ସମିତି ଏବଂ ଜଙ୍ଗଲ ଆଖପାଖରେ ରହୁଥିବା ଗ୍ରାମବାସୀଙ୍କୁ ଏ ନେଇ ଅଧିକ ସଚେତନ ଓ ସତର୍କ କରାଯିବା ଜରୁରୀ । ନଚେତ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

ଗଞ୍ଜାମ ଭଞ୍ଜନଗରରୁ ରତ୍ନାକର ସାହୁ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.