ଏବେ ନିଜ ସୁରକ୍ଷା ନିଜେ କରିବେ ମହିଳା, ଏହି ଚିପ୍‌ର ବଟନ୍‌ ଚିପିଲେ ପୋଲିସ ଓ ପରିଜନଙ୍କୁ ଯିବ ମେସେଜ୍‌

ସାରା ବିଶ୍ୱ ଆଜି ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଡିଭାଇସ୍‌ ତିଆରି କରାଯାଇଛି। କିନ୍ତୁ ବାରଣାସୀର ଛାତ୍ରୀମାନେ ଏକ ସ୍ୱତନ୍ତ୍ରଧରଣର ଡିଭାଇସ୍‌ ତିଆରି କରିଛନ୍ତି। ଏକ ଚିପ୍‌ ମାଧ୍ୟମରେ ମହିଳା ନିଜର ସୁରକ୍ଷା କରିପାରିବେ। ଏବେ ମହିଳାଙ୍କୁ ମେସେଜ୍‌ ପଠାଇବା ପାଇଁ ମୋବାଇଲର ଆବଶ୍ୟକତା ନାହିଁ। କେବଳ ଚିପ୍‌ ମାଧ୍ୟମରେ ସେ ନିଜ ଲୋକେସନ୍‌ ଓ ଘଟଣା ବାବଦରେ ନିଜ ପରିଜନ ଓ ପୋଲିସକୁ ସୂଚନା ଦେଇପାରିବେ।

କାଶୀର ଛାତ୍ରୀମାନେ ତିଆରି କରିଥିବା ଓମେନ୍‌ ସେଫ୍ଟି ଚିପ୍‌ ଏକ ଉନ୍ନତମାନର ଡିଭାଇସ୍‌। ତିନି ଜଣ ଛାତ୍ରୀ ମିଶି ଏହି ଡିଭାଇସ୍‌ ତିଆରି କରିଛନ୍ତି, ଯାହା ମହିଳାଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବ। ଯଦି ଆପଣ ମୋବାଇଲ ଭୁଲିଯାଇଛନ୍ତି କିମ୍ବା ଦୁର୍ବୃତ୍ତ ଛଡ଼ାଇନେଇଛନ୍ତି ତେବେ ଏଭଳି ସ୍ଥିତିରେ ଚିପ୍‌ ଆପଣଙ୍କ ସାହାରା ହେବ।

ଏହି ଚିପ୍‌ର ଏକ ପାର୍ଟକୁ ଟି-ସାର୍ଟର ବଟନ୍‌ରେ ଫିଟ୍‌ କରିପାରିବେ। ଅନ୍ୟ ଅଂଶଟିକୁ ପକେଟ୍‌ କିମ୍ବା ପର୍ସରେ ରଖିପାରିବେ। ମହିଳା କୌଣସି ଅସୁବିଧାରେ ପଡ଼ିଲେ ଟି-ସାର୍ଟର କିମ୍ବା ବଟନ୍‌ରେ ଲାଗିଥିବା ଡିଭାଇସ୍‌କୁ ଟିପିବେ। ସେହି ସମୟରେ ଆର ଡିଭାଇସ୍‌ର ଚିପ୍‌ ଆକ୍ଟିଭ୍‌ ହେବ ଓ ସେଥିରେ ଲାଗିଥିବା ସିମ୍‌ରେ ସେଭ୍‌ ଥିବା ନମ୍ବର ସହ ପୋଲିସର ନମ୍ବରକୁ କଲ୍‌ ଯିବ। କେବଳ ଏତିକି ନୁହେଁ, ଲୋକେସନ୍‌ ସହ ସ୍ୱର ବି ଯିବ। ଫଳରେ ପରିବାର ଲୋକେ ଓ ପୋଲିସ ଜାଣିପାରିବେ ଆପଣ ବିପଦରେ ଅଛନ୍ତି ଓ ଲୋକେସନ୍‌ ଦେଖି ସେମାନେ ଆପଣଙ୍କୁ ସାହାଯ୍ୟ କରିପାରିବେ। ଏହି ଡିଭାଇସ୍‌ ମହିଳାଙ୍କ ସୁରକ୍ଷାରେ ସହଯୋଗ କରିବ ବୋଲି ତିଆରି କରିଥିବା ଛାତ୍ରୀମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.