କରଞ୍ଜିଆ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଯୁବକଙ୍କୁ ଗିରଫ କଲା ବନ ବିଭାଗ

କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ଜଣେ ଯୁବକକୁ ଧରିଲା ବନ ବିଭାଗ। କରଞ୍ଜିଆ ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ନିଆଁ ଲଗାଉଥିବା ବେଳେ ଧରିଛି ବନ ବିଭାଗ।

ନିଆଁ ଲଗାଉଥିବା ଯୁବକ ଜଣକ ହେଉଛି ଯଶୀପୁର ଥାନା ଆମ୍ବତଳିଆ ଗାଁର ପ୍ରଧାନ ହେମ୍ବ୍ରମ ବୋଲି ଜଣା ପଡିଛି। ଯୁବକ ଜଣକୁ ନିଜ ହେପାଜାତକୁ ଆଣି ବନବିଭାଗ ଅଧିକ ପଚରା ଉଚରା ଜାରି ରଖିଛି । ଯୁବକକୁ ଗିରଫ କରିଛନ୍ତି ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା ।