କର୍ତ୍ତବ୍ଯକୁ ସମ୍ମାନ ଜଣାଇ ଭୁଲିନଥିଲେ ମା’ର ଦାୟିତ୍ବ, ଭିଡିଓ ଭାଇରଲ ପରେ ଏବେ ଆସିଲା ନୋଟିସ
![traffic](https://knewsodisha.com/wp-content/uploads/2021/03/traffic.jpg)
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଯେଉଁଥିରେ ଚଣ୍ଡୀଗଡର ଏକ ବ୍ଯସ୍ତବହୁତ ରାସ୍ତାରେ ଜଣେ ମହିଳା ଟ୍ରାଫିକ କନେଷ୍ଟବଳ ନିଜର ପିଲାଙ୍କୁ କାନ୍ଧରେ ଧରି ଡ୍ଯୁଟି କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓଟି ଭାଇରଲ ହେବା ପରେ ଉକ୍ତ ମହିଳା କର୍ମଚାରୀଙ୍କୁ ଅନେକ ପ୍ରଶଂସା ମିଳିଥିଲା। ନିଜ କର୍ତ୍ତବ୍ୟକୁ ସମ୍ମାନ ଜଣାଇବା ସହ ସେ ଭୁଲି ନଥିଲେ ମା’ର ଦାୟିତ୍ବ। କିନ୍ତୁ ଏପରି କର୍ତ୍ତବ୍ଯ କରିବା ଏତେ ତାଙ୍କ ପାଇଁ ଅଡୁଆ ହୋଇଛି। ତାଙ୍କ ନାମରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଛି।
ଶୁକ୍ରବାର ଦିନ ଚଣ୍ଡିଗଡ଼ରେ ଜଣେ ମହିଳା ଟ୍ରାଫିକ୍ କନେଷ୍ଟବଳ ନିଜର ଏକ ବର୍ଷର ଶିଶୁକୁ ଧରି ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଛି। ଚଣ୍ଡିଗଡ଼ ଟ୍ରାଫିକ୍ ପୁଲିସର ମହିଳା କନେଷ୍ଟବଳ ପ୍ରିୟଙ୍କା ଚଣ୍ଡୀଗଡ଼ର ସେକ୍ଟର ୧୫-୨୩ରେ ଡ୍ୟୁଟି କରୁଥିଲେ। ଏହି ସମୟରେ ସେ ତାଙ୍କ ଏକ ବର୍ଷର ଶିଶୁକୁ ଧରି ଟ୍ରାଫିକ୍ ପୋଷ୍ଟରେ କାମ କରୁଥିଲେ।
#जज्बे को सलाम: चंडीगढ़ में अपने एक साल के बच्चे को गोद में लेकर ट्रैफिक संभालती है
कॉन्स्टेबल प्रियंका •• pic.twitter.com/E1Ak1NG2SN— Shaily Tiwari 🌺 (@Shaily34526779) March 7, 2021
ପ୍ରିୟଙ୍କା ଜାଣିନଥିଲେ କି ଏହି ଭାଇରଲ ଭିଡିଓ ତାଙ୍କ ପାଇଁ ମହଙ୍ଗା ସାବ୍ଯସ୍ତ ହେବ। ଏଥିପାଇଁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ହେବ। ତଦନ୍ତରୁ ଜଣାପଡିଛି ଯେ, ପ୍ରିୟଙ୍କା ଚଣ୍ଡୀଗଡର ସେକ୍ଟର ୧୫-୨୩ରେ ସକାଳ ୮ଟାର ଡ୍ଯୁଟି କରିବାର ଥିଲା। କିନ୍ତୁ ସେ କର୍ତ୍ତବ୍ଯ ସ୍ଥଳକୁ ୩ଘଣ୍ଟା ବିଳମ୍ବ ଅର୍ଥାତ ଦିନ ୧୧ଟାରେ ପହଞ୍ଚିଥିଲେ। ତା’ ପୂର୍ବରୁ ପ୍ରିୟଙ୍କା ନିଜ ପିଲା ସହିତ ସେକ୍ଟର-୨୯ ଅଫିସକୁ ଯାଇଥିଲେ। ଯଦି ପ୍ରିୟଙ୍କା ଛୁଟି ନେବାକୁ ଚାହୁଁଥିଲେ, ତେବେ ସେ ଛୁଟି ନେଇପାରିଥାନ୍ତେ ବୋଲି ଜଣେ ଅଧିକାରୀ କହିଛନ୍ତି।
ତଦନ୍ତ ପରେ ମହିଳା ପୁଲିସ୍ କର୍ମଚାରୀ ପ୍ରିୟଙ୍କା ଗଣମାଧ୍ୟମକୁ କହିଛନ୍ତି ଯେ, ମୋ ପୁଅ ଏବେ ଛୋଟ ଅଛି। ମୋ ବିନା ସେ ଘରେ ରହି ପାରେନି। ଯାହାଫଳରେ ମୋ ସ୍ବାମୀ ହୁଅନ୍ତୁ ବା ପରିବାର ସଦସ୍ୟ ପୁଅକୁ ନେଇ ମୋ ଡ୍ୟୁଟି ଥିବା ସ୍ଥାନକୁ ଆସିଥାନ୍ତି। ପୁଅ ଯଦି କାନ୍ଦୁଥାଏ ମୁଁ ତାକୁ କୋଳରେ ଧରି ଡ୍ୟୁଟି କରିଥାନ୍ତି। ତା’ ପରେ ସେ କାନ୍ଦିବା ବନ୍ଦ କରିଦେଲେ ସେ ଘରକୁ ଚାଲିଯାଏ। କିନ୍ତୁ ଏଥିପାଇଁ କେବେ ହେଲେ ନିଜ କାର୍ଯ୍ୟରେ ଅବହେଳା କରିନାହିଁ ବୋଲି ପ୍ରିୟଙ୍କା କହିଛନ୍ତି ।
ଏହି ମାମଲାରେ ଚଣ୍ଡୀଗଡ ଟ୍ରାଫିକ ପୋଲିସର ବରିଷ୍ଠ ଅଧିକାରୀଙ୍କ ମନ୍ତବ୍ଯ ହସ୍ତଗତ ହୋଇନାହିଁ।