ପଶ୍ଚିମବଙ୍ଗ ନିର୍ବାଚନ: ୩ ଦଶକରେ ପ୍ରଥମ ଥର ନିଜ ଗଡ଼ ‘ଭବାନୀପୁର’ରୁ ଲଢ଼ିବେ ନାହିଁ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି

ପାଖେଇ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ। ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି। ୩୦ ବର୍ଷ ଭିତରେ ଏମିତି ପ୍ରଥମ ଥର ହେବାକୁ ଯାଉଛି କି, ମମତା ନିଜ ବିଧାନସଭା ଆସନ ‘ଭବାନୀପୁର’ରୁ ନିର୍ବାଚନ ଲଢ଼ୁନାହାନ୍ତି।

୧୯୯୧ରୁ ୨୦୧୧ ପର୍ଯ୍ୟନ୍ତ ମମତା ଦକ୍ଷିଣ କୋଲକାତାର ସାଂସଦ ରହିଥିଲେ, ଯେଉଁଥିରେ ଭବାନୀପୁର ସାମିଲ ଅଛି। ୨୦୧୧ରୁ ସେ ଭବାନୀପୁରର ବିଧାୟକ ରହିଥିଲେ। ମମତା କହିଛନ୍ତି କି, ଯଦି ଆବଶ୍ୟକ ପଡ଼େ, ତ ଭବାନୀପୁରରୁ ନିର୍ବାଚନ ଲଢ଼ିବି। କିନ୍ତୁ ମୁଁ ଏହିଠାରୁ ନିର୍ବାଚନ ଲଢ଼େ କି ନ ଲଢ଼େ, ଭବାନୀପୁର ମୋ ହାତମୁଠାରେ ରହିବ। ମୁଁ ଏଠାରେ ସବୁବେଳେ ରହିବି ଏବଂ ନଜର ରଖିବି।’

ରାଜ୍ୟ ଶକ୍ତି ମନ୍ତ୍ରୀ ସୋଭନଦେବ ଚଟ୍ଟୋପାଧ୍ୟାୟ ଏଥର ଭବାନୀପୁରରୁ ନିର୍ବାଚନ ଲଢ଼ିବେ। କହି ରଖୁଛୁ, ୩ ଦଶକ ପୂର୍ବରୁ ୧୯୯୧ରେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିଲା। ସେହି ସମୟରେ ସେ ଏକ କଂଗ୍ରେସ ର‍୍ୟାଲିର ନେତୃତ୍ୱ ନେଉଥିବା ବେଳେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।

ମମତା କହିଛନ୍ତି, ‘ମୁଣ୍ଡ ଫାଟିଥିବା ଅବସ୍ଥାରେ ମୁଁ କ୍ୟାମ୍ପେନ୍‌ କରିଥିଲି। ଲୋକେ ସବୁବେଳେ ମୋ ଉପରେ ଭରସା କରିଛନ୍ତି। ମୁଁ ଲଢ଼ିଲି ଏବଂ ଏହିଠାରୁ ହିଁ ୮ଥର ନିର୍ବାଚନ ଜିତିଲି’। ସୋଭନଦେବ ଚଟ୍ଟୋପାଧ୍ୟାୟ ଭବାନୀପୁରରୁ ନିର୍ବାଚନ ଲଢ଼ିବା ନେଇ ମମତା କହିଥିଲେ, ତାଙ୍କ ଘର ଏଠାରେ। ସେ ଏଠି ସ୍ଥାନୀୟ କ୍ଲବରେ ଖେଳୁଥିଲେ’।

ମମତା ବାନାର୍ଜୀଙ୍କ ରାଜନୈତିକ ଯାତ୍ରାରେ ଭବାନୀପୁରର ବହୁତ ଯୋଗଦାନ ରହିଛି। କେନ୍ଦ୍ର ମନ୍ତ୍ରୀରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା କୌଣସି ସହଜ କଥା ନୁହେଁ। ୨୦୧୪ ଲୋକସଭା ନିର୍ବାଚନ ପରେ ଭାଜପାର ଯେଭଳି ଦବ୍‌ଦବା ଚାଲିଛି, ଏଥିରୁ ଭୋଟ ପ୍ୟାର୍ଟନ ଉପରେ ବି ପ୍ରଭାବ ପଡ଼ିଛି। ୨୦୧୧-୧୪ ମଧ୍ୟରେ ଭାଜପାର ଭୋଟ ୫,୦୭୮ରୁ ନେଇ ୪୭,୪୬୫ରେ ପହଞ୍ଚିଥିଲା।

ଦୁଃର୍ଭାଗ୍ୟବଶତଃ, ଯେଉଁ ୩ ନିର୍ବାଚନରେ ମମତା ବାନାର୍ଜୀ ଲଢ଼ିଥିଲେ, ସେଠାରେ ଭୋଟ-ଶେୟାର କମିବାରେ ଲାଗିଲା। ଯେପରି କି, ୨୦୧୧ ଉପନିର୍ବାଚନରେ ମମତାଙ୍କୁ ୭୭ ପ୍ରତିଶତ ଭୋଟ ମିଳିଥିଲା। ସେପଟେ ଭୋଟ ଶେୟାର ୪୮ ପ୍ରତିଶତ କମିଗଲା ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଟିଏମ୍‌ସି ମାତ୍ର ୩,୧୬୮ ଭୋଟରେ ଆଗରେ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.