Below header

ବରଗଡ଼ର ଦିବ୍ୟାଙ୍ଗ ଛାତ୍ରୀ ପି. ଅଞ୍ଜଳି: ଯିଏ ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ

ବରଗଡ଼: ମାର୍ଚ୍ଚ ୮ ତାରିଖ । ଆଜି ବିଶ୍ୱ ମହିଳା ଦିବସ । ମହିଳା ମାନଙ୍କ ସଂଘର୍ଷ, ଅଧିକାର, ବଳିଦାନକୁ ନେଇ ପାଳନ ହୁଏ ଏହି ସ୍ୱତନ୍ତ୍ର ଦିବସ । ଏମିତି ଏକ ନିଆରା କାହାଣୀ ନେଉଛି ପି. ଅଞ୍ଜଳିଙ୍କର। ଜଣେ ଦିବ୍ୟାଙ୍ଗ ଝିଅ ହେଇଥିଲେ ବି, ଅଞ୍ଜଳି ହିନ୍ଦୀ ସାହିତ୍ୟରେ ଏମ. ଫିଲ ଡିଗ୍ରୀ ଗୁଜୁରାଟ ବିଶ୍ୱ ବିଦ୍ୟାଳୟରୁ ହାସଲ କରି ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ ।

womanବରଗଡ଼ର ଝିଅ ପି. ଅଞ୍ଜଳି। ଗୁଜୁରାଟ ସେଣ୍ଟ୍ରାଲ ୟୁନିଭାର୍ସିଟି ରୁ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି । ଯେଉଁଥି ପାଇଁ ସେ ଏବେ ଚର୍ଚ୍ଚାରେ । ଜଣେ ଦିବ୍ୟାଙ୍ଗ ଝିଅ ହୋଇଥିବାରୁ, ହିନ୍ଦୀ ସାହିତ୍ୟରେ ଦିବ୍ୟାଙ୍ଗଙ୍କ କାହାଣୀ ଉପସ୍ଥାପନ କରି ଗାନ୍ଧୀ ନଗରସ୍ଥିତ ଏହି ସେଣ୍ଟ୍ରାଲ ୟୁନିଭାର୍ସିଟିରୁ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀଆଙ୍କ ଠାରୁ ଏକ ସଭାରେ ସମ୍ମାନିତ ହୋଇଥିଲେ ।

anjaliଦୁନିଆ ବଦଳିଛି ସତ ହେଲେ ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ ମହିଳା ଭାବେ ଝିଅ ମାନଙ୍କୁ ଅଗ୍ରାଧିକାର ଦିଆଯାଏନାହିଁ। ବାପା ମାଆଙ୍କ ଦୁଇଝିଅ ମଧ୍ୟରେ କିନ୍ତୁ ସବୁବେଳେ ଝିଅଙ୍କୁ ପାଠ ପଢେଇବା ପାଇଁ ପରିବାର ପକ୍ଷରୁ ବେଶ ଉତ୍ସାହିତ କରାଯାଉଥିଲା । ବରଗଡ଼ ସେଣ୍ଟ୍ରାଲ ସ୍କୁଲ ରୁ ଶିକ୍ଷା ଲାଭ କଲାପରେ, ପଞ୍ଚାୟତ କଲେଜ ଠୁ ହିନ୍ଦୀରେ ସ୍ମାତକ ଡିଗ୍ରୀ ହାସଲ କଲେ ପି. ଅଞ୍ଜଳି। ପରେ ମହାରାଷ୍ଟ୍ର ୱର୍ଧା ସ୍ଥିତ ମହାତ୍ମାଗାନ୍ଧୀ ଅନ୍ତର୍ଜାତୀୟ ହିନ୍ଦୀ ବିଶ୍ୱ ବିଦ୍ୟାଳୟରୁ ସ୍ମାତକତ୍ତର ଲାଭ କରି ଅଞ୍ଜଳି ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ଏହି ମାଷ୍ଟର ଅଫ ଫିଲସଫିରେ ଡିଗ୍ରୀ ହାସଲ କରିଛନ୍ତି ।

ସାମାଜିକ ପ୍ରତିବନ୍ଦିକ,ଦିବ୍ୟାଙ୍ଗ ଓ ମହିଳା ହେବା ସତ୍ୱେ ବରଗଡ଼ର ଝିଅ ପି.ଅଞ୍ଜଳି ନିଜ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠାପର ଭାବେ ଶିକ୍ଷା ଲାଭ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ରାଜ୍ୟର ନାମକୁ ଗୌରାବାନ୍ୱିତ କରିଛନ୍ତି ।

ବରଗଡ଼ରୁ ମହେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ, କେ ନ୍ଯୁଜ୍ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.