ଅଚାନକ ମିଳିଗଲା ସୁନାର ପାହାଡ଼, ଲୁଟିବା ପାଇଁ କୋଡ଼ି କୋଦାଳ ଧରି ଧାଇଁଲେ ଲୋକେ; ଦେଖନ୍ତୁ ପୂରା ଦୃଶ୍ୟ
ପାହାଡ଼ରୁ ମିଳିଲା ସୁନା। ଯିଏ ଯେଉଁଥିରେ ପାଇଲା ପୂରେଇ ନେଇଚାଲିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଙ୍ଗୋଠାରେ। ମଧ୍ୟ ଆଫ୍ରିକାର କଙ୍ଗୋରେ ଏକ ଏଭଳି ପାହାଡ଼ ବିଷୟରେ ଜଣାପଡ଼ିଛି ଯାହାର ୬୦ରୁ ୯୦ ପ୍ରତିଶତ ଅଞ୍ଚଳରେ ସୁନା ଥିବା କୁହାଯାଉଛି। ସୁନା ଏକ ଦାମୀ ଧାତୁ ହୋଇଥିବାରୁ ପାହାଡ଼ର ମାଟି ପିଣ୍ଡୁଳାକୁ ବି ଛାଡ଼ୁନାହାନ୍ତି ଲୋକେ। କିଏ ହାତରେ ତ ଆଉ କିଏ କୋଦାଳରେ ଖୋଳି ନେଇ ସୁନା ମିଶ୍ରିତ ମାଟିକୁ ବୋହି ନେଉଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି…
ଟ୍ଵିଟରରେ ସାମ୍ବାଦିକ ଅହମ୍ମଦ ଅଲଗୋହବରୀ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓର କ୍ୟାପସନ୍ରେ ସେ ଲେଖିଛନ୍ତି, କଙ୍ଗୋର ଗାଁ ଲୋକେ ଏହି ସୁନାର ପାହାଡ଼ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ ଏହି ପାହାଡ଼ ଖୋଳି ସୁନା ମିଶ୍ରିତ ମାଟିକୁ ଘରକୁ ନେଇ ଯାଇଛନ୍ତି। ଘରେ ମାଟିକୁ ପରିଷ୍କାର କରି ସୁନା ସଂଗ୍ରହ କରୁଛନ୍ତି।
A video from the Republic of the Congo documents the biggest surprise for some villagers in this country, as an entire mountain filled with gold was discovered!
They dig the soil inside the gold deposits and take them to their homes in order to wash the dirt& extract the gold. pic.twitter.com/i4UMq94cEh— Ahmad Algohbary (@AhmadAlgohbary) March 2, 2021
ରିପୋର୍ଟ ମୁତାବକ, ମଧ୍ୟ ଆଫ୍ରିକାର କଙ୍ଗୋରେ ଏକ ଏଭଳି ପାହାଡ଼ ବିଷୟରେ ଜଣାପଡ଼ିଛି ଯାହାର ପ୍ରାୟ ୬୦-୯୦ ପ୍ରତିଶତ ଅଂଶରେ ସୁନା ଗଚ୍ଛିତ ଥିବା କୁହାଯାଉଛି। ସ୍ଥାନୀୟ ଲୋକମାନେ ଏହି ପାହାଡ଼ ବିଷୟରେ ଜାଣିବା ପରେ ହଜାର ହଜାର ସଂଖ୍ୟାରେ ଯାଇ ସୁନା ଖୋଳିବାରେ ଲାଗିଥିଲେ। ପାହାଡ଼ରେ ଏତେ ସଂଖ୍ୟକ ଲୋକଙ୍କ ଭିଡ଼ ଜମିବାରୁ ମାଇନ୍ସ କାମକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି। କଙ୍ଗୋର ଅନେକ ସ୍ଥାନରେ ସୁନା ଗଚ୍ଛିତ ଅଛି। ଏଣୁ ସେଠାରେ ପ୍ରାୟ ସମୟରେ ଗୋଲ୍ଡ ମାଇନ୍ସ କରାଯାଏ। ସୁନା ଲୁଟିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ହେବାରୁ ମାଇନିଂରେ ତତ୍କାଳ ରୋକ୍ ଲଗାଯାଇଛି। ଏହା ଦ୍ୱାରା ରେଜିଷ୍ଟ୍ରେସନ୍ ପରେ ହିଁ ମାଇନିଂ କରିପାରିବେ।