Below header

ପାରିବାରିକ କଳହର କରୁଣ ପରିଣତି: ବନ୍ଦ ଘରେ ଦ୍ବିତୀୟ ପତ୍ନୀଙ୍କ ସହ ରଶି ଲଗାଇ ଝୁଲି ପଡ଼ିଲେ ଯୁବକ

ବାଲେଶ୍ବର(କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି । ବନ୍ଦ ଘରେ ଦ୍ବିତୀୟ ପତ୍ନୀଙ୍କ ସହ ରଶି ଲଗାଇ ଝୁଲି ପଡ଼ିଲେ ଯୁବକ । ଘଟଣାପରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ଚାନ୍ଦିପୁର ଥାନା ପୋଲିସ୍। ଏଭଳି ଅଭାବନୀୟ ଘଟଣା ଚାନ୍ଦିପୁର ଥାନା ଅନ୍ତର୍ଗତ ରଣ ସାହି ପଞ୍ଚାୟତ ଝଗଡ ପାଢ଼ୀ ଗାଁ ରେ ଦେଖିବାକୁ ମିଳିଛି ।

ବନ୍ଦ ଘରୁ ସ୍ୱାମୀ ଓ ସ୍ତ୍ରୀଙ୍କ ରଶି ଲଗା ଝୁଲନ୍ତା ଅବସ୍ଥାରେ ମୃତଦେହ ଝରକା ବହାରୁ ଦେଖି ଲୋକାରଣ୍ଯ ହୋଇ ପଡ଼ିଥିଲା ପରିବେଶ । ତେବେ ମୃତ୍ୟୁର କାରଣ ଘରେ ପାରିବାରିକ ଆଶାନ୍ତି ହୋଇଥିବା ବେଳେ, ମୃତ ବ୍ଯକ୍ତି ଜଣଙ୍କ ହେଉଛନ୍ତି ସେହି ଗାଁ ର ବିଶେଷ ରଞ୍ଜନ ପତି ଓ ମହିଳା ଜଣଙ୍କ ତାଙ୍କର ଦ୍ବିତୀୟ ସ୍ତ୍ରୀ ହୋଇଥିବା ବେଳେ ପ୍ରଥମ ସ୍ତ୍ରୀ ନିଜ ବାପା ଘରେ ରହୁଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.