ପାକିସ୍ତାନରେ ସସପେନ୍ସ ଜାରି, ରାଜନୈତିକ ସଙ୍କଟ ମାମଲାର ଆଜି ପାକ୍ ସୁପ୍ରିମକୋର୍ଟରେ ଶୁଣାଣି

ପାକିସ୍ତାନରେ ସସପେନ୍ସ ଜାରି। ଅନାସ୍ଥା ଭୋଟ ପୂର୍ବରୁ ଉପବାଚସ୍ପତି କରିଥିବା ସଂସଦ ଭଙ୍ଗ ଘଟଣାର ବୈଧତାକୁ ନେଇ ସସପେନ୍ସ ଜାରି ରହିଛି। ଏହି ମାମଲାର ଶୁଣାଣି ଆଜି ପାକିସ୍ତାନ ସୁପ୍ରିମକୋର୍ଟ କରିବେ। ଏଥିସହ ପୂର୍ଣ୍ଣ କୋର୍ଟରେ ମାମଲାର ଶୁଣାଣି ପାଇଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହୋଇଥିବା ଦାବିକୁ ସୁପ୍ରିମକୋର୍ଟ ଗ୍ରହଣ କରିନଥିଲେ । ନୂଆ ନିର୍ବାଚନ ପାଇଁ ଘୋଷଣା ପରେ ବିରୋଧୀ ଦଳଗୁଡ଼ିକ ସୁପ୍ରିମ କୋର୍ଟ ଯାଇଥିବାରୁ ଇମ୍ରାନ ତାହାକୁ ବିରୋଧ କରିଛନ୍ତି।

ଏଥିସହ ସେ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ମନୋନୀତ କରିଛନ୍ତି। ନାଁ ସୁପାରିଶ କରିବାକୁ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲ୍‌ଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ବିରୋଧୀ ଦଳ ନେତା ଶାହବାଜ ସରିଫଙ୍କୁ ଚିଠି ଲେଖିଥିଲେ। ଆଜି ଇମ୍ରାନ ତାଙ୍କ ରାଜୈନତିକ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ସଂସଦୀୟ ଦଳ ବୋର୍ଡର ବୈଠକ। ପରବର୍ତ୍ତୀ ନିର୍ବାଚନ ପାଇଁ ଟିକଟ ବଣ୍ଟନ ଲାଗି ବୈଠକରେ ଆଲୋଚନା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.