Below header

ମାଲବାହୀ ଟ୍ରକ୍ ଧକ୍କାରେ ଯୁବତୀ ମୃତ

ପିଟି ଦେଲା ଟ୍ରକ୍, ଚାଲିଗଲା ଜୀବନ । ମାଲବାହୀ ଟ୍ରକ ଧକ୍କାରେ ଯୁବକୀ ମୃତ । ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ରେମୁଣା ବାଇପାସ୍‌ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ବାଲେଶ୍ୱର(କେନ୍ୟୁଜ୍‌):  ପିଟି ଦେଲା ଟ୍ରକ, ଚାଲିଗଲା ଜୀବନ । ମାଲବାହୀ ଟ୍ରକ ଧକ୍କାରେ ଯୁବକୀ ମୃତ। ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ରେମୁଣା ବାଇପାସ୍‌ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତ ଯୁବତୀ ମୟୂରଭଞ୍ଜ ଚକଦର ଅଞ୍ଚଳର ବିଦ୍ୟୁତ୍‌ ପ୍ରଭା ନାଏକ ।

ସେ ତାଙ୍କ ଭାଇଙ୍କ ସହ ସ୍କୁଟିରେ ରେମୁଣାରୁ ନରହରିପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବିଦ୍ୟୁତ୍‌ ପ୍ରଭାଙ୍କ ମୃତ୍ୟୁ ହୋଇଥିଲା।

ଗୁରୁତର ଅବସ୍ଥାରେ ମୃତ ଯୁବତୀଙ୍କ ଭାଇକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.