Below header

 ବାଇକ ଦୁର୍ଘଟଣାରେ ଯୁବକ ମୃତ

ବାଇକ ଦୁର୍ଘଟଣାରେ ଯୁବକ ମୃତ। ଗାଁରେ ଶୋକର ଛାୟା। ଆନନ୍ଦପୁର ଥାନା ରାଜ୍ଯ ରାଜପଥ ୫୩ ର ଶାଳବଣି ଛକ ନିକଟରେ ରାସ୍ତା ରେ ଥିବା ସ୍ପିଡ ବ୍ରେକର କୁ ଧକ୍କା ଦେଇଥିଲେ ବାଇକ ଆରୋହୀ।

ଆନନ୍ଦପୁର : ବାଇକ ଦୁର୍ଘଟଣାରେ ଯୁବକ ମୃତ। ଗାଁରେ ଶୋକର ଛାୟା। ଆନନ୍ଦପୁର ଥାନା ରାଜ୍ଯ ରାଜପଥ ୫୩ ର ଶାଳବଣି ଛକ ନିକଟରେ ରାସ୍ତା ରେ ଥିବା ସ୍ପିଡ ବ୍ରେକର କୁ ଧକ୍କା ଦେଇଥିଲେ ବାଇକ ଆରୋହୀ। ଦୁର୍ଘଟଣା ପରେ ଗୁରୁତର ଯୁବକଙ୍କୁ ଆନନ୍ଦପୁର ମେଡ଼ିକାଲ୍‌ ରେ ଭର୍ତ୍ତି କରିବା ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ମୃତ ଯୁବକ ଆନନ୍ଦପୁର ବ୍ଲକ ଦୁଡୁଗାଁ ର ପ୍ରମୋଦ କୁମାର ସାହୂ। ପ୍ରମୋଦ ଆନନ୍ଦପୁର ସବରେଜିଷ୍ଟ୍ରି କାର୍ଯ୍ଯାଳୟ ରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ଯରତ ଥିଲେ। ପ୍ରମୋଦ ଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.