ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ ଘଟଣା: ଜଣେ ମୃତ, ଜଣେ ଆହତ

ରାଉରକେଲା(କେନ୍ଯୁଜ୍): ଷ୍ଟିଲ୍‌ ସିଟିରେ ଗୁଳିକାଣ୍ଡ । ଜଣେ ମୃତ, ଜଣେ ଆହତ । ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ ଘଟିଛି । ଘର ଆଗରେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ କରିଥିଲେ । ମୃତକ ହେଲେ ରେଳବାଇ କଲୋନୀର ଗୋରେ । ଗୋରେଙ୍କ ମାଉସୀଙ୍କୁ ରାଉରକେଲା ଆଇଜିଏଚ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘର ସାମ୍ନାରେ ଛିଡା ହୋଇ କଥାବାର୍ତ୍ତା କରୁଥିବା ବେଳେ ଗୁଳିମାଡ ହୋଇଥିଲା । ଗତ ବର୍ଷ ଜୁନ ୭ ତାରିଖରେ ଦିଲସାଦ ଖାନଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିଲା ଗୋରେ । କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲା । ମୃତ ଦିଲସାଦ ଖାନର ସହଯୋଗୀ ଗୋଷ୍ଠୀ ଗୁଳିମାଡ଼ରେ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.