Below header

ଯୁବକଙ୍କ ଅଭାବନୀୟ କାଣ୍ଡ, ବିଷ ପିଇ ମରିବା ପୂର୍ବରୁ କଲେ ଭିଡିଓ

ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ବାଲେଶ୍ବର ଖଇରା ଥାନା ନହଙ୍ଗ ମାହଳିକ ସାହିର ଏହି ଘଟଣା ।

ବାଲେଶ୍ବର (କେନ୍ୟୁଜ): ଏବେ ଜୀବନ ହାରିବା ଯେମିତି ଏକ ଟ୍ରେଣ୍ଡ ପାଲଟିଛି। ପୁଣି ଆତ୍ମହତ୍ୟା ପୂର୍ବରୁ ଭିଡିଓ କରିବାର ନିଶା ବି କିଛି କମ୍ ନୁହେଁ । ଏବେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ବାଲେଶ୍ବର ଖଇରା ଥାନା ନହଙ୍ଗ ମାହଳିକ ସାହିର ଏହି ଘଟଣା ।

ଏହି ଗ୍ରାମର ଗୟାଧର ମହାଳିକଙ୍କ ଏକମାତ୍ର ପୁଅ ପପୁନ ସାତଦିନ ପୂର୍ବରୁ ବିଷପିଇ ଅସୁସ୍ଥ ହୋଇ ପଡିଥିଲେ । ଅବସ୍ଥା ଗୁରୁତର ହେଵାରୁ ତାଙ୍କୁ କଟକ ବଡ଼ ମେଡିକାଲ ନେଇ ଯାଇଥିଲେ । ସାତଦିନ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ ପପୁନ ଵିଷ ପିଉଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଆତ୍ମହତ୍ୟାର କାରଣ ଜଣା ପଡିନଥିଲା ବେଳେ ପ୍ରେମ ବ୍ୟାପାରରୁ ପୁପୁନ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.