ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ୫ଟି କାମ, ଘରକୁ ଆସିବ ସୁଖ ସମୃଦ୍ଧି

ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଣିଷ ଅନେକ ପ୍ରକାରର ଜ୍ୟୋତିଷ ଶାସ୍ତ୍ରକୁ ମାନିଥାଏ । ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ଅନେକ ପ୍ରକାରର ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି ।

ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ବୈଭବ, ଧନ ଏବଂ ଭୌତିକ ସୁଖ ସୁବିଧା ପ୍ରଦାନ କରୁଥିବା ଦେବୀ କୁହାଯାଏ । ଜୀବନରେ ଧନ, ସୁଖ ଏବଂ ସମୃଦ୍ଧତା ପାଇବା ପାଇଁ ମା’ ଲକ୍ଷ୍ମୀଙ୍କ ଉପାସନାର ବିଶେଷ ମହତ୍ତ୍ୱ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେଉଁ ଲୋକମାନଙ୍କ ନିକଟରେ ମା’ ଲକ୍ଷ୍ମୀଙ୍କ କୃପା ଥାଏ ସେମାନଙ୍କ ପାଖରେ ଧନ ଏବଂ ସୁଖ ସୁବିଧାର ଅଭାବ ରୁହେ ନାହିଁ। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଣିଷ ଅନେକ ପ୍ରକାରର ଜ୍ୟୋତିଷ ଶାସ୍ତ୍ରକୁ ମାନିଥାଏ । ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ଅନେକ ପ୍ରକାରର ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ କେଉଁ ଉପାୟ ଆପଣାଇ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିହେବ ଆସନ୍ତୁ ଜାଣିବା ।

ଧାର୍ମିକ ବିଶ୍ୱାସ ଅନୁଯାୟୀ ମା’ ଲକ୍ଷ୍ମୀ ସ୍ୱଚ୍ଛତାକୁ ବହୁତ ଭଲ ପାଆନ୍ତି । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଘରର ପ୍ରବେଶ ଦ୍ୱାର ଅତ୍ୟନ୍ତ ପରିଷ୍କାର ହେବା ଉଚିତ୍ । ପ୍ରତିଦିନ ସକାଳେ ଉଠିବା ପରେ ଭଗବାନଙ୍କୁ ସ୍ମରଣ କରି ଘରର ମୁଖ୍ୟ ଦ୍ୱାରକୁ ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ସେହି ଘରେ ସୁଖ ଏବଂ ସମୃଦ୍ଧି ବଢ଼ିଥାଏ ।

ଘରର ମୁଖ୍ୟ ଦ୍ୱାର ବହୁତ ଖାସ ହୋଇଥାଏ । ଏପରିସ୍ଥିତିରେ ସକାଳ ସମୟରେ ଘରର ମୁଖ୍ୟ ଦ୍ୱାର ଧୋଇବା ସହ ସନ୍ଧ୍ୟା ସମୟରେ ମୁଖ୍ୟ ଦ୍ୱାରରେ ଦୀପ ପ୍ରଜ୍ୱଳନ କରିବା ଜରୁରୀ ହୋଇଥାଏ । ଏହି ଉପାୟ ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘର ସୁଖ ସମୃଦ୍ଧିରେ ଭରିଯାଏ ।

ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତି ପ୍ରିୟ । ବିଶ୍ୱାସ ରହିଛି ଯେଉଁ ଘରେ ତୁଳସୀ ଗଛର ପୂଜା ପ୍ରତ୍ୟେକ ଦିନ ହୋଇଥାଏ ସେହି ଘରେ ମା’ ଲକ୍ଷ୍ମୀଙ୍କ କୃପା ନିଶ୍ଚିତ ଥାଏ । ପ୍ରତ୍ୟେକ ଦିନ ସକାଳେ ତୁଳସୀ ଗଛରେ ପାଣି ଦେବା ସହ ସନ୍ଧ୍ୟାରେ ଘିଅ ଦୀପ ଜଳାଇଲେ ଘରେ ଶାନ୍ତି ଆସିଥାଏ ।

ବୈଦିକ ଜୌତିଷ ଶାସ୍ତ୍ର ଅନୁସାରେ ଯେଉଁମାନେ ନିୟମିତ ଭାବେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତି ସେମାନଙ୍କ ଘରେ ସୁଖ ସମୃଦ୍ଧି ଓ ବୈଭବ ଆସିଥାଏ ।

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସକାଳେ ପୂଜା କରିବା ପରେ କପାଳରେ ଚନ୍ଦନ ତିଳକ ଲଗାଇବା ଉଚିତ୍। ଧାର୍ମିକ ବିଶ୍ୱାସ ଅନୁଯାୟୀ ସକାଳେ ପୂଜା କରିବା ପରେ କପାଳରେ ତିଳକ ଲଗାଇବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.