ବେଙ୍ଗାଲୁରୁ : ସରିଲା ଛୁଟି, ପୁଣି ଟ୍ରାଫିକ ଜାମରେ ଫସିଲେ ଲୋକେ
ବେଙ୍ଗାଲୁରୁରେ ୪ ଦିନିଆ ଛୁଟି ସରିବା ପରେ ପୁଣି ଟ୍ରାଫିକ ଜାମରେ ଫସିଛନ୍ତି ଲୋକେ । ଗତ ୪ ଦିନ ତଳେ ଯେଉଁ ଅବସ୍ଥା ଦେଖିବାକୁ ମିଳିଥିବା ବେଳେ ଗତକାଲି ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ବେଙ୍ଗାଲୁରୁ ଗତ ୪ ଦିନ ତଳେ ବହୁତ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିବା ବେଳେ ପୁଣି ସମାନ ଅବସ୍ଥା ହୋଇଛି । ବୁଧବାର ଦିନ ବେଙ୍ଗାଲୁରୁରେ ପ୍ରବଳ ଟ୍ରାଫିକ ଜାମ୍ ହେବାକୁ ଯୋଗୁଁ ୧ କିମି ରାସ୍ତା ଯିବାକୁ ୨ ଘଣ୍ଟା ସମୟ ଲାଗିଥିବା ବେଳେ ସ୍କୁଲ ପିଲାମାନେ ରାତି ୯ଟାରେ ଘରକୁ ଫେରିଥିଲେ । ଏବେ ପୁଣି ୫ ଦିନିଆ ଛୁଟି ସରିବା ପରେ ସମାନ ଟ୍ରାଫିକ ଜାମ୍ ଦେଖାଦେଇଛି ।
ଖବର ମୁତାବକ, ବେଙ୍ଗାଲୁରୁ ନନ୍ଦୀ ହିଲ୍ସ ନିକଟରେ ଟ୍ରାଫିକ ସଂପୂର୍ଣ୍ଣ ଜାମ୍ ରହିଛି । ନନ୍ଦୀ ହିଲ୍ସ ପ୍ରକୃତିରେ ଭରପୂର ରହିଥିବା ବେଳେ ଓ୍ଵିକେଣ୍ଡ ଛୁଟିରେ ଚାଲିଆସନ୍ତି ପର୍ଯ୍ୟଟକ । ଆଉ ବେଙ୍ଗାଲୁରୁରେ ୫ ଦିନ ଛୁଟି ଥିବା ବେଳେ ଅଧିକାଂଶ ଲୋକେ ଏଠାକୁ ବୁଲିବାକୁ ଚାଲିଯାଇଥିଲେ । ଏବେ ଫେରିବା ବେଳକୁ ମଧ୍ୟ ଟ୍ରାଫିକ ଜାମ ହୋଇ ପଡିଛି । ଲୋକେ ଏଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ।
ଏହାକୁ ନେଇ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି ଚିନ୍ତା ପ୍ରକଟ କରିଛନ୍ତି । କିଛି ୟୁଜର୍ସ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବାକୁ ଅପିଲ କରିଛନ୍ତି ।
Famous weekend getaway from #Bangalore nandi hills had a massive kilo metro jam due to heavy influx of vehicles pic.twitter.com/0gMR5wkrq3
— Imran Khan (@KeypadGuerilla) October 1, 2023
ତେବେ ଛୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା । ଗୁରୁବାର ଦିନ ପଡୁଥିବା ‘ଇଦ୍ ମିଲାଦ୍-ଉନ୍ ନବି’ ଛୁଟି, ଶୁକ୍ରବାର ଦିନ କାବେରୀ ଜଳ ବିବାଦ ଘଟଣାରେ ପ୍ରତିବାଦକାରୀମାନେ ଦେଇଥିବା କର୍ଣ୍ଣାଟକ ବନ୍ଦ ଡାକରା ଆଉ ତା’ପରେ, ଶନିବାର ଓ ରବିବାର ସପ୍ତାହାନ୍ତ ଛୁଟି ଏବଂ ଅକ୍ଟୋବର ୨ରେ ପଡୁଥିବା ଗାନ୍ଧି ଜୟନ୍ତୀ ଛୁଟି। ୫ ଦିନ ଛୁଟି ମିଳିଥିବାରୁ ଅନେକ ଲୋକ ସହର ବାହାରକୁ ବାହାରି ଯାଉଥିଲେ।