ଆଉ ଜୀବନ ନେବନି ମ୍ୟାଲେରିଆ : ସେରମ ଇନଷ୍ଟିଚ୍ୟୁଟ ତିଆରି କରିବ ଟିକା

ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ । WHO ପକ୍ଷରୁ ଟିକାକୁ ସୁପାରିଶ କରାଯାଇଛି । ବିଶେଷ କରି ଶିଶୁଙ୍କ ମ୍ୟାଲେରିଆ ମୁକାବିଲା ପାଇଁ ଟିକା ବିଶେଷ ଫଳପ୍ରଦ ହେବ । ଭ୍ୟାକ୍ସିନର ୩ ଟି ଡୋଜ ନେବାକୁ ହେବ । R21 / MATRIX -M ଟିକାକୁ ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଉଭାବନ କରାଯାଇଛି ।

ନୂଆଦିଲ୍ଲୀ : ଆଉ ଜୀବନ ନେବନି ମ୍ୟାଲେରିଆ। ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ । WHO ପକ୍ଷରୁ ଟିକାକୁ ସୁପାରିଶ କରାଯାଇଛି । ବିଶେଷ କରି ଶିଶୁଙ୍କ ମ୍ୟାଲେରଆ ମୁକାବିଲା ପାଇଁ ଟିକା ବିଶେଷ ଫଳପ୍ରଦ ହେବ । ଭ୍ୟାକ୍ସିନର ୩ ଟି ଡୋଜ ନେବାକୁ ହେବ । R21 / MATRIX -M ଟିକାକୁ ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଉଭାବନ କରାଯାଇଛି ।

ତେବେ ଭାରତର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହାର ପ୍ରସ୍ତୁତି କରାଯାଉଛି । ପ୍ରତିବର୍ଷ ମ୍ୟାଲେରିଆ ଆଫ୍ରିକାର ୫ଲକ୍ଷରୁ ଅଧିକ ଶିଶୁ ଙ୍କ ଜୀବନ ନେଇଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିଶ ନୂଆ ଟିକା ଅମୋଘ ଅସ୍ତ୍ର ହେବ । ପୂର୍ବରୁ ମ୍ୟାଲେରଆକୁ ମାତ ଦେବାକୁ ଟିକା ଥିବା ବେଳେ ଏବେ ଦ୍ବିତୀୟ ମ୍ୟାଲେରିଆ ଟିକା ସଞ୍ଜିବନୀ ପାଲଟିବ । ଏହା ମ୍ୟାଲେରଆ ବ୍ୟାପିବାକୁ ରୋକିବାରେ କାମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.