ଏସୀୟ କ୍ରୀଡ଼ାରେ କ୍ରିକେଟ ସେମିଫାଇନାଲରେ ଭାରତ, ପ୍ରଥମ ଭାରତୀୟ ଭାବେ ଶତକ ଲଗାଇଲେ ଯଶସ୍ୱୀ

ଇତିହାସ ରିଚିଲେ ଯଶସ୍ୱୀ ଜୟସ୍ୱାଲ । ଏସିଆନ ଗେମ୍ସରେ ଶତକ କରିଥିବା ପ୍ରଥମ ଭାରତୀୟ ହେଉଛନ୍ତି ଯଶସ୍ୱୀ ।ଏସୀୟ କ୍ରୀଡ଼ାରେ ଭାରତର ପୁରୁଷ କ୍ରିକେଟ ଟିମ୍‌ କ୍ୱାର୍ଟର ଫାଇନାଲରେ ନେପାଳକୁ ୨୩ ରନରେ ହରାଇ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ସେମିଫାଇନାଲରେ ପହଞ୍ଚିଛି ଭାରତ।

ଏସୀୟ କ୍ରୀଡ଼ାରେ ଭାରତର ପୁରୁଷ କ୍ରିକେଟ ଟିମ୍‌ କ୍ୱାର୍ଟର ଫାଇନାଲରେ ନେପାଳକୁ ୨୩ ରନରେ ହରାଇ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ସେମିଫାଇନାଲରେ ପହଞ୍ଚିଛି ଭାରତ। ଆଜି କ୍ବାର୍ଟରଫାଇନାଲରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୨ ରନ୍ କରିଥିଲା । ଏହି ମ୍ୟାଚରେ ଶତକ ମାରି ଇତିହାସ ରଚିଛନ୍ତି ଯଶସ୍ୱୀ ଜୟସ୍ୱାଲ । ଏସିଆନ ଗେମ୍ସରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଶତକ ମାରିଛନ୍ତି ।

ଏସିଆନ୍ ଗେମ୍ସର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦଳ ତରଫରୁ ଓପନିଙ୍ଗ କରିବାକୁ ମଇଦାନକୁ ଆସିଥିଲେ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ଯଶସ୍ୱୀ ଜଏସ୍ୱାଲ । ତେବେ ଋତୁରାଜ ମାତ୍ର ୨୩ ବଲରୁ ୨୫ ରନ୍ କରି ପାଭିଲିୟନ ଫେରି ଯାଇଥିଲେ । ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ଶତକ ଅର୍ଜନ କରିଛନ୍ତି ଜୟସ୍ୱାଲ । ଓପ୍ନର ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଥିଲେ । ମାତ୍ର ୪୮ ବଲ ଖେଳି ୮ଟି ଚୌକା ଏବଂ ୭ଟି ଛକା ସହ ସେ ନିଜର ଶତକ ହାସଲ କରିଛନ୍ତି । ଏସୀୟ କ୍ରୀଡ଼ା-୨୦୨୩ର ପ୍ରଥମ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ମାତ୍ର ୪୮ ବଲ୍‌ରେ ଶତକ ହାସଲ କରି ରେକର୍ଡ କରିଛନ୍ତି । ସେ ଏହି ମ୍ୟାଚ୍‌ରେ ୯.୫ ଓଭର୍‌‌ ଖେଳି ଟିମ୍‌କୁ ୧୦୩ ରନ୍‌ ଦେବାରେ ସମର୍ଥ ହୋଇଛନ୍ତି ।

ସେହିପରି ରିଙ୍କୁ ସିଂହ ମାତ୍ର ୧୫ ବଲରେ ୨ ଚୌକା ଓ ୪ଟି ଛକା ମାରି ଅପରାଜିତ ୩୭ ରନ୍ କରିଥିଲେ । ପରେ ନେପାଳ ୨୦ ଓଭରରେ ୯ ୱିକେଟ ହରାଇ ୧୭୯ ରନ୍ କରିପାରିଥିଲା । ଦଳ ପକ୍ଷରୁ କୁଶଲ ମଲ୍ଲା ୨୯, ସନ୍ଦୀପ ଜୋରା ୨୯, ଦୀପେନ୍ଦ୍ର ସିଂହ ଅଇରି ହ୍ୟାଟ୍ରିକ୍ ଛକା ସହ ମାତ୍ର ୧୫ ବଲରୁ ୩୨ ରନ୍ ସ୍କୋର କରିଥିଲେ । ଭାରତ ପକ୍ଷରୁ ଆଭେଶ ଖାନ୍ ଓ ରବି ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଅର୍ଶଦୀପ ସିଂହ ଦୁଇଟି ୱିକେଟ୍ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.