ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଜମୁଛି ଲୋକଙ୍କ ଭିଡ଼, ସ୍ୱାଦ ଯେମିତି ମହକ ବି ସେମିତି

କଟକ ଚାଉଳିଆ ଗଞ୍ଜରେ ଥିବା ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଲୋକେ ଦୌଡ଼ି ଆସନ୍ତି । ଏବେ ଏହି ଫୁଡ୍ ଷ୍ଟଲରେ ଲୋକଙ୍କ ପେଟର ଭୋକ ମେଣ୍ଟାଇ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ମାଳିଆ ନାନୀଙ୍କ ନାତି ।

ବରା ସାଙ୍ଗକୁ ଆଳୁଦମ୍‌ ଖାଇବାର ମଜା ସମ୍ପୂର୍ଣ୍ଣ ନିଆରା । କିନ୍ତୁ ଆପଣ ମାଳିଆ ନାନୀ ଥ୍ରି ଇନ୍‌ ଓ୍ଵାନ ବରା ଖାଇଛନ୍ତି କି ? ଯଦି ଆପଣ ଏହି ବରାର ସ୍ୱାଦ ଚାଖେିବେ ଆପଣ ମଧ୍ୟ ଦୌଡ଼ି ଆସିବେ ଏହି ବରା ଖାଇବା ପାଇଁ । ତେବେ ଏହି ସୁଆଦିଆ ବରାର କଟକ ବଜାରରେ ଖୁବ୍‌ ଚାହିଦା ରହିଛି । ମାଳିଆ ନାନୀ ଥ୍ରୀ ଇନ ୱାନ ବରାର ସ୍ୱାଦ ଯେମିତି ମହକ ବି ସେମିତି । ହାତ ଚାଟି ଚାଟି ଖାଆନ୍ତି ଲୋକେ । ଥରେ ଖାଇଲେ ସଭିଁଙ୍କ ମନ କିଣିନିଏ ମାଳିଆ ନାନୀ ଥ୍ରୀ ଇନ ୱାନ ବରା । ସନ୍ଧ୍ୟାରେ ଏଠାରେ ଦେଖିବାକୁ ମିଳେ ଗ୍ରାହକଙ୍କ ଭିଡ଼ । ଯୁବକ ଯୁବତୀଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତଙ୍କୁ ପାଗଳ କରିଛି ମାଳିଆ ନାନୀ ଥ୍ରୀ ଇନ ୱାନ ବରା । କହିବାକୁ ଗଲେ ମାଳିଆ ନାନୀ ଥ୍ରୀ ଇନ ୱାନ ବରା ସାରା କଟକବାସୀଙ୍କୁ କିମିଆ କରିଛି ।

ମାଳିଆ ନାନୀ ଥ୍ରୀ ଇନ ୱାନ ବରାର ଯାଦୁ ଲୋକଙ୍କ ପାଟିକୁ ଦିଏ ଭିନ୍ନ ସ୍ୱାଦ । ବରାର ବାସ୍ନାରେ ବାଟରେ ଯାଉଥିବା ଲୋକଟେ ବି ନିଜ ବାଟ ବଦଳାଇ ଦିଏ । ଏଇ ମହାଙ୍ଗା ଦୁନିଆରେ ୫୦ ଟଙ୍କାରେ ଘରକୁ ପରିବା ଆଣିବା କାଠିକର ପାଠ ହୋଇଥିବା ବେଳେ ପକେଟକୁ ସୁହାଇଲା ଭଳି ଟଙ୍କାରେ ମିଳୁଛି ପେଟପୁରା ଖାଇବା । ତେବେ କଟକ ଚାଉଳିଆ ଗଞ୍ଜରେ ଥିବା ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଲୋକେ ଦୌଡ଼ି ଆସନ୍ତି । ଏବେ ଏହି ଫୁଡ୍ ଷ୍ଟଲରେ ଲୋକଙ୍କ ପେଟର ଭୋକ ମେଣ୍ଟାଇ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ମାଳିଆ ନାନୀଙ୍କ ନାତି । ଆଉ ମାଳିଆ ନାନୀଙ୍କ ନାତି ଏହି ବରା ଦୋକାନଟିକୁ ଏବେ ଚଳାଉଛନ୍ତି ।

ମାଳିଆ ନାନୀଙ୍କ ନାତି ଚାକିରି କରି ଯେତିକି ପଇସା ମାସକୁ ଘରକୁ ଆଣିଥାନ୍ତେ ବେପାର କରି ସେ ଆଜି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ନିଜ ରୋଜଗାରରେ ସେ ନିଜ ଖର୍ଚ୍ଚ ସହ ପରିବାରକୁ ମଧ୍ୟ ସମ୍ଭାଳୁଛନ୍ତି । ନିଜ ଜେଜେମା’ଙ୍କ ଭଳି ସେ ମଧ୍ୟ ବରା ଛାଣିବାରେ ଅଭିଜ୍ଞ ହୋଇ ଯାଇଛନ୍ତି । ସନ୍ଧ୍ୟା ହେଲେ ଆଖ ପାଖ ଲୋକ ଦୌଡ଼ି ଆସନ୍ତି ଏହି ବରାର ମଜା ନେବା ପାଇଁ । ଦିନେ ଯଦି ଦୋକାନ ବନ୍ଦ ହୋଇଯାଏ ଲୋକେ ମନ ଦୁଃଖରେ ଘରକୁ ଫେରନ୍ତି । ତେଣୁ ଗ୍ରାହକଙ୍କ ମନ କଥା ଜାଣି ମାଳିଆ ନାନୀଙ୍କ ନାତି ସବୁଦିନ ସନ୍ଧ୍ୟା ହେଲେ ଦୋକାନ ଖୋଲି ବରା ଛାଣିବାରେ ଲାଗି ପଡ଼ନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.