ବ୍ରିଜ ଉପରେ ଝୁଲିଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ
ବ୍ରିଜ ଉପରେ ଝୁଲିଛି ବସ୍। ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଝୁଲି ରହିଛି ବସ୍। ବସଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ବାଙ୍କୀ (କେନ୍ୟୁଜ): ବ୍ରିଜ ଉପରେ ଝୁଲିଛି ବସ୍। ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଝୁଲି ରହିଛି ବସ୍। ବ୍ରିଜ ବାଡ଼ ଭାଙ୍ଗି ବସ୍ ଟି ଅଧା ବ୍ରିଜ ଉପରୁ ତଳକୁ ଝୁଲିଛି। ବ୍ରେକ ଫେଲ ହୋଇ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ବାହାରି ଆସିଛନ୍ତି।