Below header

ଯୁବ ଓଡ଼ିଶା ନୂଆ ଓଡ଼ିଶା ଦ୍ଵାରା ଜାତୀୟ ସ୍ତରରେ ସୁନାମ ଅର୍ଜନ କଲେ ଗ୍ରାମଞ୍ଚାଳର ଯୁବ ପ୍ରତିଭା

ଗ୍ରାମାଞ୍ଚଳ କଲେଜ ଛାତ୍ର ଛାତ୍ରୀଙ୍କ ଖେଳ ପ୍ରତି ଥିବା ଆଗ୍ରହକୁ ପ୍ରୋତ୍ସାହନ ଦେଉଛି ଯୁବ ଓଡିଶା ନୂଆ ଓଡିଶା କାର୍ଯ୍ୟକ୍ରମ ` ଏହା ଦ୍ଵାରା ସୁନାମ ଅର୍ଜନ କରିଛନ୍ତି ଗଞ୍ଜାମ ଜିଲ୍ଲା ସୋମନାଥ ଉଚ୍ଚ ବିଦ୍ୟାଳୟର ପିଲାମାନେ

ସୋରଡ଼ା (କେନ୍ୟୁଜ) : ଗ୍ରାମାଞ୍ଚଳ ପିଲାଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ପ୍ରସ୍ଫୁଟିତ କରିବାର ନୂଆ ପ୍ରୟାସ ଯୁବ ଓଡିଶା ନୂଆ ଓଡିଶା କାର୍ଯ୍ୟକ୍ରମ । ଗ୍ରାମାଞ୍ଚଳର କଲେଜ ଛାତ୍ର ଛାତ୍ରୀଙ୍କ ଖେଳ ପ୍ରତି ଥିବା ଆଗ୍ରହକୁ ପ୍ରୋତ୍ସାହନ ଦେଉଛି ଏହି କାର୍ଯ୍ୟକ୍ରମ । ଏହା ଦ୍ଵାରା ପିଲାମାନେ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରି ପାରୁଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ସୋମନାଥ ଉଚ୍ଚ ବିଦ୍ୟାଳୟର ପିଲାମାନେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ।
ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମାରାଇ ଗ୍ରାମରେ ଥିବା ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୦୦ ଛାତ୍ର ଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ଏହି କଲେଜରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କର ପିଲାମାନଙ୍କ ସହିତ ସୁସମ୍ପର୍କ ଯୋଗୁ ପାଠପଢ଼ା ମଧ୍ୟ ଭଲ ହେଉଛି । ଭଲ ପାଠ ପଢି ଭଲ ମଣିଷ ହୋଇପାରିଛନ୍ତି ଏଠାକାର ଛାତ୍ର ଛାତ୍ରୀ। ଏହି ସଫଳତା ଯୋଗୁଁ 5t ଜରିଆରେ କଲେଜରେ ନୂତନ ବିଲଡିଂ ନିର୍ମାଣ ହେଉଛି ।

JUBA ODISHA-1

ପ୍ରତିବର୍ଷ ଏଠାରେ କ୍ରୀଡ଼ା ପ୍ରତିଯୋଗିତା ହେଉଥିଲା । ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଯୁବ ଓଡିଶା ନୂଆ ଓଡିଶା ମାଧ୍ୟମରେ କ୍ରୀଡ଼ାବିତଙ୍କୁ ସେମାନଙ୍କ ଦକ୍ଷତା ଦେଖାଇବାର ସୁଯୋଗ ମିଳିଛି । ଫଳରେ କଲେଜର ଛାତ୍ରୀ ଚାନ୍ଦିନୀ ପ୍ରଧାନ ରାଜ୍ୟ ସ୍ତରରେ ଫୁଟବଲ ଖେଳରେ ସୁନାମ ଅର୍ଜନ କରି ପାରିଛନ୍ତି । ସେହିପରି ଖୋଖୋରେ ପୁଷ୍ପାଞ୍ଜଳି ପଣ୍ଡା ନାସିକ ଠାରେ ଜାତୀୟ ସ୍ତରରେ ସଫଳ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ A5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେମାନେ କହିଛନ୍ତି ।

ଅନ୍ୟପକ୍ଷରେ ଏହି ଶିକ୍ଷାନୁଷ୍ଠାନରେ ବିଭିନ୍ନ ଖେଳ ନାଚ ଗୀତ କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଚାମ୍ପିଅନ୍‌ ପିଲାଙ୍କୁ ପୁରସ୍କୃତ କରାଯାଇଛି । ଅନ୍ତିମ ଦିନରେ ବ୍ଲକ ବିଡିଓ ଦୀନେଶ ବେହେରା ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ସ୍କୁଲ ଅଧକ୍ଷ୍ୟ ଦିଗମ୍ବର ବିଶୋଈଙ୍କ ତତ୍ତ୍ୱାଧାନରେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ମମତା ରାନୀ ସାବତ । ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରି ପିଲାଙ୍କୁ ଉତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.