Below header

ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକ ନେତାଜୀ ବସ ଟର୍ମିନାଲ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ !

ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ। ଏହି ପ୍ରକଳ୍ପ ପାଇଁ ଆସନ୍ତା ଜାନୁଆରୀ ୧ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର(କେନ୍ୟୁଜ):  ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ। ଏହି ପ୍ରକଳ୍ପ ପାଇଁ ଆସନ୍ତା ଜାନୁଆରୀ ୧ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ଏତିକି ନୁହେଁ, କଟକ ନେତାଜୀ ବସ ଟର୍ମିନାଲ ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳପଥ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କଟକ ମେୟର ସୁବାସ ସିଂହ କହିଛନ୍ତି।

ଏ ନେଇ ସିଏମସି ବୈଠକରେ ପ୍ରସ୍ତାବ ନେଇ ଆଲୋଚନା ହୋଇଛି । ସିଏନବିଟି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ଏହି ପ୍ରସ୍ତାବକୁ ଦୃଷ୍ଟିରେ ରଖି ଅନୁମୋଦନ ହୋଇସାରିଥିବା ଦ୍ଵିତୀୟ ବ୍ରିଜର ପ୍ରକ୍ରିୟା ଆମେ ବନ୍ଦ ରଖିଛୁ ବୋଲି ମେୟର କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬ ହଜାର ୨୫୫ କୋଟି ଟଙ୍କା । ୪ ବର୍ଷ ଭିତରେ ସରିବ କାମ। ନୂଆ ଓଡ଼ିଶା ଗଠନରେ ଏହା ଏକ ପ୍ରତୀକ । ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆକୁ ଭାୟା ଚନ୍ଦ୍ରଶେଖରପୁର,ଜୟଦେବ ବିହାର, ବାଣୀ ବିହାର, ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦର କୁ ସଂଯୋଗ କରିବ ।

ମୋଟ ୨୬ କିଲୋମିଟର ଲମ୍ବର ମେଟ୍ରୋ ରେଲୱେରେ ରହିବ ୨୦ଟି ଷ୍ଟେସନ । ଅତ୍ୟାଧୁନିକ କୋଚ, ସିଗନାଲିଂ ବ୍ୟବସ୍ଥା ଓ ଅତ୍ୟାଧୁନିକ ଟିକେଟିଂ ବ୍ୟବସ୍ଥା ରଖାଯିବ । ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏକ ବିଶ୍ବସ୍ତରୀୟ ସହରାଞ୍ଚଳ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.