Below header

କ୍ରିକେଟ୍‌ ଛାଡ଼ି ଏବେ ନେତାଗିରି କରିବେ ଅମ୍ବାତି ରାୟୁଡୁ, ଓ୍ଵାଇଏସ୍‌ଆର କଂଗ୍ରେସ ଦଳରେ ସାମିଲ

ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଏବେ କ୍ରିକେଟ୍‌ ପିଚ୍‌ ଛାଡ଼ି ରାଜନୀତି ମଇଦାନରେ ଖେଳିବେ ।

ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଏବେ କ୍ରିକେଟ୍‌ ପିଚ୍‌ ଛାଡ଼ି ରାଜନୀତି ମଇଦାନରେ ଖେଳିବେ । ରାୟୁଡୁ ଆଜି ଓ୍ଵାଇଏସ୍‌ଆର କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ।

ଚଳିତ ବର୍ଷ ଅମ୍ବାତି ରାୟୁଡୁ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ ତରଫରୁ ଆଇପିଏଲରେ ଖେଳୁଥିଲେ । ଦଳ ଚାମ୍ପିଅନ୍‌ ହେବା ପରେ ସେ କ୍ରିକେଟ୍‌୍‌ର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଅବଶ୍ୟ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ଭେଟି ରାଜନୀତିକୁ ଆସିବା ନେଇ ଆଲୋଚନା କରିଥିଲେ । ଯଦି ସେ ଲୋକସଭା ନିର୍ବାଚନରେ ଲଢ଼ିବେ ତେବେ ମଛଲିପଟନମରୁ ପ୍ରାର୍ଥୀ ହୋଇ ପାରନ୍ତି ।

ଭାରତୀୟ ଦଳ ତରଫରୁ ରାୟୁଡୁ ୫୫ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୧୬୯୪ ରନ୍‌ ସ୍କୋର କରିଛନ୍ତି । ଏଥିରେ ୩ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ରହିଛି । ସେ ୬ଟି ଟି୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.