ବାପା ପୁଅ କଥାବାର୍ତ୍ତା ହେଉଥିବା ବେଳେ ଏସିଡ୍‌ ଆଟାକ୍‌

ରାସ୍ତାରେ ବାପା ପୁଅ ବସିଥିଲେ । ହଠାତ୍‌ ପ୍ରମୋଦ ସାହୁ ନାମକ, ପଟାବାଲି ସାହିର ଜଣେ ବ୍ୟକ୍ତି ଏସିଡ ଫୋପାଡି ଚାଲିଯାଇଥିଲା । ବାପା ପୁଅ ଦୁହିଁଙ୍କ ମୁହଁ , ପିଠି ଓ ଛାତିରେ ଏସିଡ ପଡି ଗୁରୁତର ହୋଇଥିବା ବେଳେ ପାଖରେ ଠିଆ ହୋଇଥିବା ଅନ୍ୟ ଜଣେ ଯୁବକ ରାକେଶ ମହାନ୍ତିଙ୍କ ଉପରେ ମଧ୍ୟ ଏସିଡ ଛିଟିକି ପଡ଼ିଥିଲା । ସେ ସାମାନ୍ୟ ଆହତ ହୋଇଛନ୍ତି ।

ଫୁଲବାଣୀ : ଆଜି ମଧ୍ୟାହ୍ନ ରେ ଫୁଲବାଣୀ ଶାସୀ ଦୋକାନ ଛକ ଠାରେ ବାପା ପୁଅ କଥାବାର୍ତ୍ତା ହେଉଥିବା ବେଳେ ତାଙ୍କ ଉପରକୁ ଏସିଡ୍‌ ମାଡ଼ ହୋଇଛି । ଏସିଡରେ ମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଚନ୍ଦ୍ର ମହାନ୍ତି ତାଙ୍କ ପୁଅ ସୁରଜ ମହାନ୍ତି ଏବଂ ତାଙ୍କ ସାଙ୍ଗ ରାକେଶ ମିଶ୍ର। ରାସ୍ତାରେ ବାପା ପୁଅ ବସିଥିଲେ । ହଠାତ୍‌ ପ୍ରମୋଦ ସାହୁ ନାମକ, ପଟାବାଲି ସାହିର ଜଣେ ବ୍ୟକ୍ତି ଏସିଡ ଫୋପାଡି ଚାଲିଯାଇଥିଲା । ବାପା ପୁଅ ଦୁହିଁଙ୍କ ମୁହଁ , ପିଠି ଓ ଛାତିରେ ଏସିଡ ପଡି ଗୁରୁତର ହୋଇଥିବା ବେଳେ ପାଖରେ ଠିଆ ହୋଇଥିବା ଅନ୍ୟ ଜଣେ ଯୁବକ ରାକେଶ ମହାନ୍ତିଙ୍କ ଉପରେ ମଧ୍ୟ ଏସିଡ ଛିଟିକି ପଡ଼ିଥିଲା । ସେ ସାମାନ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବାପପୁଅ ଦୁହିଙ୍କୁ ମେଡିକାଲ ନେଇ ପୋଲିସକୁ ଖବର ଦେଇଥିଲେ ।

ଏନେଇ ଫୁଲବାଣୀ ଟାଉନ ପୋଲିସ ଏସିଡ ଫିଙ୍ଗି ଥିବା ବ୍ୟକ୍ତି ପ୍ରମୋଦ ସାହୁକୁ ଗିରଫ କରି ମେଡିକାଲ ନେଇଥିଲେ । ତେବେ ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ଘଟିଥିବା ଫୁଲବାଣୀ ଏସ୍‌ଡିପିଓ କହିଛନ୍ତି । ପ୍ରମୋଦ ସାହୁ ନାଁ ପୂର୍ବରୁ ଅପରାଧିକ ମାମଲା ରହିଥିବା ନେଇ ପୁଲିସ ସୂଚନା ଦେଇଛି । ତେବେ ପ୍ରମୋଦ କେଉଁଠାରୁ ଏସିଡ ଆଣିଲା ଏବଂ ଏସିଡ ଫିଙ୍ଗିବା ପଛରେ ପ୍ରକୃତ କାରଣ କଣ ରହିଛି ତାହା ପୁଲିସ ତଦନ୍ତ ପରେ ସାମ୍ନାକୁ ଆସିବ । ଏପଟେ ଗୁରୁତର ଥିବା ସୂରଜ କହିଛନ୍ତି ଯେ, ପ୍ରମୋଦ ପୂର୍ବରୁ ନିଶା କରାବାର କରୁଥିଲେ କୁନି କୁନି ପିଲାଙ୍କୁ ନିଶା ଖାଇବାକୁ ଦେଉଥିଲେ ଏହାକୁ ବିରୋଧ କରିବା ପରେ ସେ ଏହି କଥାକୁ ନେଇ ଆକ୍ରମଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.